ନବରଙ୍ଗପୁର (ମିହିର ଶଙ୍କର ପାତ୍ର); ଉମରକୋଟ ନିକଟସ୍ଥ ଐତିହାସିକ ପୋଡାଗଡ ରେ ରଶ୍ମୀ ରଞ୍ଜନ ସିଦ୍ଧାଶ୍ରମ ଦ୍ବାରା ବନତ୍ସୋବ ପାଳନ କରା ଯାଇଛି। ଆଶ୍ରମ ର ପ୍ରମୁଖ ଡ. ନିଳକଣ୍ଠ ପାଢ଼ୀ ଓ ଇନ୍ଦୁମତୀ ଦେବୀ ଙ୍କ ସାନ୍ନିଧ୍ୟ ରେ ଏକ ସତସଙ୍ଗ ଆୟୋଜିତ ହୋଇ ଯାଇଛି। ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ଅବିଭକ୍ତ କୋରାପୁଟ ଜିଲ୍ଲା ହିନ୍ଦୁ ମହାସଂଘ ସଭାପତି ଜଗନ୍ନାଥ ଶତପଥୀ ଭଗବତ୍ ଗୀତା କୁ ଅନୁସରଣ କରିବା କୁ ନିଜ ବକ୍ତବ୍ୟରେ କହିଥିଲେ। ରବି ନାରାୟଣ ମହାନ୍ତି, ବାବୁଲାଲ ହରିଜନ, ବଳରାମ ଛୁଆର ସିଂ, ଅଶୋକ ମଲ୍ଲିକ, ଦଶମ ପାତ୍ର, ସନ୍ତୋଷ ପୂଜାରୀ, ଲଛମନ ଭତ୍ରା, ଶିବ ଶଙ୍କର ପାତ୍ର, ନିଳକଣ୍ଠ ବିଷୟୀ , ରିତାଞ୍ଜଳୀ ବିଷୟୀ, ଚନ୍ଦନ ସାହୁ, ଖିରଦ ବିଷୟୀ , ସଂଯୁକ୍ତା ବିଷୟୀ ଏବଂ ଅନ୍ୟମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ରଶ୍ମୀ ରଞ୍ଜନ ସିଦ୍ଧାଶ୍ରମ ଦ୍ବାରା ସ୍ଥାନୀୟ ବରିଷ୍ଠ ନାଗରିକ ମାନଙ୍କୁ ଶୀତବସ୍ତ୍ର ଦାନ କରା ଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |