ବରଗଡ଼,୩ା୧: ଆଜିଠୁ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବ। ପରମ୍ପରା ଦୃଷ୍ଟିରୁ ବିଗତ ବର୍ଷ ଭଳି ଏଥର ମଧ୍ୟ ବରଗଡ଼ ଲୋକ ସଭା ଏମ୍ପି ପ୍ରଦୀପ କୁମାର ପୁରୋହିତ ଏବଂ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସନ୍ଧ୍ୟା ୭ଟାରେ ହାଟପଦାସ୍ଥିତ ରାଜ ଦରବାରରେ ଧନୁଯାତ୍ରା ମହୋତ୍ସବକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଜାନୁଆରୀ ୧୩ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏହି ୧୧ ଦିନ ଅବଧି ମଧ୍ୟରେ ବରଗଡ଼ରେ କଂସ ଶାସନ ଚାଲିବ। ବରଗଡ଼ ସହର ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ପାଲଟିବ। ଉଭୟ ସ୍ଥାନ ମଧ୍ୟରେ ପ୍ରବାହିତ ଜୀରାନଦୀ ଯମୁନା ହେବ। ତେବେ ବିଗତ ବର୍ଷ ଭଳି ଏଥର ମଧ୍ୟ ମହୋତ୍ସବର ପ୍ରଥମ ୭ଦିନ ହାଟପଦାରେ ନିର୍ମିତ ମଞ୍ଚ ଏବଂ ଶେଷ ୪ଦିନ ଲୋକମଣ୍ଡପ ପଡ଼ିଆରେ ନିର୍ମିତ ମଞ୍ଚ ରାଜ ଦରବାର ପାଲଟିବ। ଅନ୍ୟପଟେ ପ୍ରଥମ ୭ଦିନ ଲୋକମଣ୍ଡପ ପଡ଼ିଆ ଏବଂ ଶେଷ ୪ଦିନ ହାଟପଦାରେ ନିର୍ମିତ ମଞ୍ଚରେ ରଙ୍ଗ ମହଲ ଦୃଶ୍ୟାଭିନୟ ଅଭିନୀତ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |