ଭୁବନେଶ୍ୱର,୩ା୧:ରାଉରକେଲାରେ ପ୍ଲାଣ୍ଟ ସାଇଡ ଥାନା ଅଧୀନ ମୀନାପଡା ବସ୍ତି ଅଞ୍ଚଳରେ ଆଜି ଚଢ଼ାଉ ହୋଇଛି। ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ପାଇଁ ବହୁ ଘରେ ହୋଇଥିଲା ଏହି ରେଡ। ରେଡ ଚାଲିଥିବା ବେଳେ ୬ ଲକ୍ଷ ମୂଲ୍ୟର ୧୧୪ ପ୍ୟାକେଟ ବ୍ରାଉନ୍ ସୁଗର ଓ ୪୦ କେଜି ଗଞ୍ଜେଇ ଓ ନଗଦ ୮୦ ହଜାର ଟଙ୍କା ଜବତ ହୋଇଛି। ଏହି ମାମଲାରେ ପୁଲିସ୍ ୪ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ।ଗତ କିଛି ବର୍ଷ ହେଲା ସହରର ପ୍ଲାଣ୍ଟ ସାଇଡ ଥାନା ଅଞ୍ଚଳରେ ବ୍ୟାପକ ପରିମାଣର ନିଶା କାରବାର ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା। ପୂର୍ବ ଯୋଜନା ମୁତାବକ ଆଜି ସକାଳ ପ୍ରାୟ ସାଢେ ୫ବେଳେ ସଶସ୍ତ୍ର ପୋଲିସ୍ ଫୋର୍ସ ଚଢ଼ାଉ ଆରମ୍ଭ କରିଥିଲେ ।ଏହି ଚଢ଼ାଉରେ ରାଉରକେଲାର ୧୮ ଇନ୍ସପେକ୍ଟର, ୪ ଡିଏସପି , ଜଣେ ଆଡିସନାଲ ଏସ୍ପି, ତିନି ଜୋନ୍ ଡିଏସପିଙ୍କ ସମେତ ୬ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସାମିଲ ହୋଇଥିଲେ। ସେମାନେ ଘର ପରେ ଘର ଉପରେ ଚଢ଼ାଉ କରି ଟିକିନିଖି ଛାନଭିନ କରିଥିଲେ। ଡଗ୍ ସ୍କ୍ୱାଡ୍ ଟିମ୍ ବି ଯାଞ୍ଚରେ ସାମିଲ ହୋଇଥିଲେ।ଚଢ଼ାଉ ସମୟରେ ୪ ମହିଳାଙ୍କ ନିକଟରୁ ୧୧୪ ପ୍ୟାକେଟ ବ୍ରାଉନ୍ ସୁଗର ଓ ୪୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍। ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍। ସେମାନେ କେଉଁଠୁ ନିଶା ଦ୍ରବ୍ୟ ଆଣୁଥିଲେ ଓ କେଉଁଠିକୁ ସପ୍ଲାଏ କରୁଥିଲେ ତାହାର ଖୋଳତାଡ଼ କରୁଛି ପୁଲିସ୍।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |