ଭୁବନେଶ୍ବର,୩ା୧: ଅଦିନିଆ ବର୍ଷାରେ ଚାଷୀର ବ୍ୟାପକ କ୍ଷୟକ୍ଷତି ହୋଇଛି। ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି ମୁଖ୍ୟନ୍ତ୍ରୀ ମୋହନ ମାଝୀ। SDRF ରିଲିଫ ଫଣ୍ଡରୁ ମିଳିବ କ୍ଷତିପୂରଣ। ୬,୬୬, ୭୦୦ ଚାଷୀଙ୍କ କ୍ଷତି ହୋଇଛି। ୨୨୪୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତ ଚାଷ କ୍ଷତି ହୋଇଛି। ସରକାର ରିଲିଫ ଫଣ୍ଡରୁ ୨୯୧ କୋଟିର ୫୯ ଲକ୍ଷ କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |