ନୂଆଦିଲ୍ଲୀ,୫।୧: ମାତାପିତାଙ୍କଠାରୁ ତାଙ୍କ ସମ୍ପତ୍ତି ଉପହାର ସ୍ବରୂପ ପାଇବା ପରେ ସେମାନଙ୍କ ଦେଖାରାଖା ନ କରୁଥିବା ପିଲାମାନଙ୍କଠାରୁ ସେହି ସମ୍ପତ୍ତି ଫେରାଇ ନେଇ ହେବ। ବୟସ୍କଙ୍କ ସ୍ବାର୍ଥ ରକ୍ଷା ପାଇଁ ୨୦୦୭ରେ କରାଯାଇଥିବା ଆଇନର ବ୍ୟାଖ୍ୟା କରୁଥିବାବେଳେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ମଧ୍ୟପ୍ରଦେଶର ଛତ୍ରପୁର ଏହି ମାମଲାରେ ମାଆ ପୁଅକୁ ଦେଇଥିବା ଗିଫ୍ଟ ଡିଡକୁ ବାତିଲ କରିଦେଇଛନ୍ତି। ଫେବୃଆରୀ ୨୮ ସୁଦ୍ଧା ପୁଅର ସମ୍ପତ୍ତିକୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |