ଆରମ୍ଭ ହେଲା ସାତକୋଶିଆରେ କୁମ୍ଭୀର ଗଣନା

ଅନୁଗୋଳ,୬ା୧:  ଆଜି ଠାରୁ ୩ ଦିନ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ । ଏହି ଗଣନା ପାଇଁ ୧୪ଟି ଟିମ୍‌ରେ ମୋଟ୍‌ ୭୦ କର୍ମଚାରୀ ନିୟୋଜିତ ହୋଇଛନ୍ତି।  ଏହି ସମୟରେ ପର୍ଯ୍ୟଟକଙ୍କୁ ସାତକୋଶିଆ ଆସିବା ପାଇଁ ବାରଣ କରାଯାଇଥିବାବେଳେ ମହାନଦୀରେ ବୋଟିଂ କିମ୍ବା ମାଛ ଧରିବାକୁ ମଧ୍ୟ ମନା କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!