୨ ଖଣି ଅଧିକାରୀଙ୍କ କ୍ୱାର୍ଟର୍ସରେ ସିବିଆଇ ଚଢ଼ାଉ

ସୁନ୍ଦରଗଡ଼,୮ା୧ : ଆଇରନ ମାଇନ୍ସର ୨ ବରିଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସରେ ବୁଧବାର ସିବିଆଇ ବଡ଼ଧରଣର ଚଢ଼ାଉ କରିଛି। ବରସୁଆଁ ସେଲ୍‌ ଆଇରନ ମାଇନ୍ସର ୨ ଉଚ୍ଚପଦସ୍ଥ ଅଧିକାରୀ ସରୋଜ ପଟ୍ଟନାୟକ ଏବଂ ସୁନନ୍ଦ ପରିଡ଼ାଙ୍କ କ୍ବାର୍ଟର୍ସରେ ଏହି ଚଢ଼ାଉ ଚାଲିଛି। ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ଦର୍ଶାଇ ବିକି କରିବା ଅଭିଯୋଗରେ ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ୨୦୨୪ ସେପ୍ଟେମ୍ବରରେ ରାଉରକେଲାର ଟେନ୍‌ସାସ୍ଥିତ ମାଇନ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ହୋଇଥିଲା। ‘ସେଲ’ର ଭିଜିଲାନ୍ସ ଟିମ୍‌ ଯାଞ୍ଚ ପରେ ମାମଲା ସିବିଆଇକୁ ଯାଇଥିଲା।ସେହିପରି ଆଜି ଆଉ ଜଣେ ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ଇଡି ଚଢ଼ାଉ କରିଛି । ଢେଙ୍କାନାଳ ଘର ଓ ଫାର୍ମହାଉସ, ହିନ୍ଦୋଳସ୍ଥିତ ବ୍ୟବସାୟିକ ସଂସ୍ଥା, ଭୁବନେଶ୍ବରର ୩ଟି ସ୍ଥାନରେ ଇଡି ରେଡ କରୁଛି। ବେଆଇନ ଅର୍ଥ କାରବାର ନେଇ ଚଢାଉ କରାଯାଉଥିବା ଜଣାପଡିଛି। ଚଢ଼ାଉ ବେଳେ ଟଙ୍କା କାରବାରର ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!