ଧରାପଡ଼ିଲେ ହଂସିତାଙ୍କ ଅସଲ ସ୍ଵାମୀ

ଭୁବନେଶ୍ୱର,୮।୧:ଠକେଇ   ହଂସିକା ଅଭିଲିପ୍ସାଙ୍କ ସ୍ୱାମୀ ସରୋଜ ସାହୁଙ୍କୁ ରାଜଧାନୀ ଭୁବନେଶ୍ୱରରୁ ଧରିଥିବା ବେଳେ ଆଉ ଜଣେ ସ୍ୱାମୀଙ୍କ ଘରେ ଘାଣ୍ଟିଛି ଆୟକର ବିଭାଗ(IT)। ଆଜି ଦିନ ତମାମ ହଂସିକାଙ୍କ ସ୍ୱାମୀ ମନୋଜ ଆଚାର୍ଯ୍ୟ ଘରେ ଚଢ଼ଉ କରିଛି। ଏଥିସହ ମନୋଜ ଆଚାର୍ଯ୍ୟ, ତାଙ୍କ ବାପା ଓ ବଡ଼ଭାଇଙ୍କୁ ଘନଘନ ଜେରା କରିଛି। ତାଙ୍କ ଘରୁ ମିଳିଥିବା କାଗଜପତ୍ର ଧରି ବାଲିଗୁଡ଼ା ଏସ୍‌ବିଆଇ ବ୍ୟାଙ୍କ ଯାଇ ତନାଘନା କରିଛି।ଖଣ୍ଡଗିରିର ଏକ ଆପାର୍ଟମେଣ୍ଟକୁ ଲୁଚି ପଳାଉଥିବା ସମୟରେ ତାଙ୍କୁ ଆୟକର ଅଧିକାରୀମାନେ ଧରିଛନ୍ତି। ସେ ହେଲେ ସରୋଜ ସାହୁ। ତାଙ୍କ ଘର ଗଞ୍ଜାମରେ। ସେ ଜଣେ ବ୍ୟବସାୟୀ ବୋଲି ଜଣାପଡ଼ିଛି। ହଂସିତାଙ୍କ ବେନାମୀ ସମ୍ପତ୍ତି ସରୋଜଙ୍କ ନାମରେ ରହିଥିବା ଆୟକର ବିଭାଗ ଜାଣିଥିଲା। ତେଣୁ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।ପୂର୍ବରୁ କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ହଂସିତାଙ୍କ ସ୍ଵାମୀ ବୋଲି କୁହାଯାଉଥିଲା। ରାଜଧାନୀ ଭୁବନେଶ୍ଵରରୁ ଏହି ହାଇପ୍ରୋଫାଇଲ ଠକ ଦମ୍ପତିଙ୍କୁ ପ୍ରଥମେ ଗିରଫ କରାଯାଇଥିଲା। ଏହା ପରେ ସରୋଜ ତାଙ୍କର ପ୍ରକୃତ ସ୍ଵାମୀ ବୋଲି ଜଣାପଡ଼ିଥିଲା। ହଂସିତା ଏବଂ ମନୋଜଙ୍କୁ ଗିରଫ କରାଯିବା ପରେ ବାଲିଗୁଡ଼ାସ୍ଥିତ ଘରେ ଚଢାଉ କରାଯାଇଥିଲା। ସେପଟେ ଭୁବନେଶ୍ବରରେ ତାଙ୍କ ସହଯୋଗୀ ଅନୀଲ ମହାନ୍ତିଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିଲା। ମଙ୍ଗଳବାର ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଥିବା କମ୍ପାନୀ, କାର୍ଯ୍ୟାଳୟ ଓ ଘର ସମେତ ୧୨ଟି ସ୍ଥାନରେ ଏକସଙ୍ଗେ ଚଢ଼ଉ କରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା। ଅଭିଯୁକ୍ତ ଅନିଲ ମହାନ୍ତିଙ୍କ ଦାମିକିଆ କାର୍‌ ଦୁଇଟି ପୋରସେ ଓ ଜାଗୁଆରକୁ ଆୟକର ବିଭାଗ ଜବତ କରିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!