ଭୁବନେଶ୍ୱର,୯।୧: ରାଶନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ ଦେଲେ ଡେଡ୍ଲାଇନ। ଜାନୁଆରି ୩୧ ସୁଦ୍ଧା E-KYC କରିବାକୁ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ଯୋଗାଣ ମନ୍ତ୍ରୀଙ୍କ କହିବାଅନୁସାରେ, ଜାନୁଆରି ୩୧ ସୁଦ୍ଧା E-KYC ନ କଲେ ରାଶନ କାର୍ଡ କଟିଯିବ। ଏବେ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ E-KYC କରିନାହାନ୍ତି। E-KYC ସରିବା ପରେ ନୂଆ ରାଶନ କାର୍ଡ ମିଳିବ।ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏବେ ସୁଦ୍ଧା ୪୯ ଲକ୍ଷ ରାସନକାର୍ଡ ହିତାଧିକାରୀ ନିଜର ଇ-କେୱାଇସି ଯାଂଚ ପ୍ରକ୍ରିୟା ଶେଷ କରିନାହାନ୍ତି । ସେମାନଙ୍କୁ ଜାନୁୟାରୀ ୩୧ତାରିଖ ସୁଦ୍ଧା ଏହି ଇ-କେୱାଇସି ଯାଂଚ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାର ସମୟ ଦେଇଛନ୍ତି । ଯେଉଁମାନେ ଏହି ନିର୍ଦ୍ଧାରିତ ଅବଧି ମଧ୍ୟରେ ଇ-କେୱାଇସି ଯାଂଚ ଶେଷ କରିନଥିବେ ସେମାନଙ୍କର କାର୍ଡକୁ ରାଜ୍ୟ ସରକାର ଅକାମୀ କରିଦେବେ । ହିତାଧିକାରୀମାନେ ନିଜର ରାସନ୍ ସାମଗ୍ରୀ ପାଉଥିବା କେନ୍ଦ୍ର(ରାସନ ଡିଲର) ଅବା ସ୍ଥାନୀୟ ଜନସେବା କେନ୍ଦ୍ରକୁ ଯାଇ ଏହି ଇ-କେୱାଇସି ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ବାହାର ରାଜ୍ୟରେ ରହୁଥିବା ରାସନକାର୍ଡଧାରୀଙ୍କ ଇ-କେୱାଇସି ଯାଂଚ ପ୍ରକ୍ରିୟାରେ ସହଯୋଗ କରିବା ନିମନ୍ତେ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |