ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୦।୧: ତିନି ଦିନ ଧରି ଚାଳିଥିବା ପ୍ରବାସୀ ଭାରତୀୟ ଦିବସର ଶୁକ୍ରବାର ଉଦ୍‌ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଛନ୍ତି।  ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ସମାପନୀ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ଭୁବନେଶ୍ୱରଠାରେ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରିଛନ୍ତି। ସମାରୋହରେ ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି ଯେ ପ୍ରବାସୀ ଭାରତୀୟ ଦିବସ ବର୍ଷ ବର୍ଷ ଧରି କେବଳ ଏକ କାର୍ଯ୍ୟକ୍ରମରେ ସୀମିତ ହୋଇ ରହିନାହିଁ ବରଂ ଏଭଳି ଏକ ମଞ୍ଚରେ ପରିଣତ ହୋଇଛି ଯେଉଁଠାରେ ଭାରତ ଓ ଏହାର ପ୍ରବାସୀଙ୍କ ମଧ୍ୟରେ ବନ୍ଧନ ସୁଦୃଢ଼ ହୋଇଛି।୨୪ଟି ଦେଶର ୨୭ ବିଶିଷ୍ଟ ପ୍ରବାସୀଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ପ୍ରବାସୀ ଭାରତୀୟଙ୍କୁ ସମ୍ମାନୀତ କରାଯାଇଛି।ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଯାପନୀ ସମାରୋହରେ ଯୋଗଦେେଇ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରବାସୀଙ୍କୁ କୃତଜ୍ଞତା ଜଣାଇଥିଲେ।ସମ୍ମିଳନୀ ମାଧ୍ୟମରେ ବିଶ୍ୱବାସୀ ଓଡ଼ିଶା ସମ୍ପର୍କରେ ଜାଣିବାକୁ ପାଇଥିବା କହିଥିଲେ। ସର୍ବଦା ଓଡ଼ିଶାବାସୀ ପ୍ରବାସୀଙ୍କୁ ସ୍ବାଗତ କରିବ ବୋଲି ସେ କହିଥିଲେ। ଆଶା କରୁଛି ପ୍ରବାସୀୟ ଓଡ଼ିଆ କଳା, ସଂସ୍କୃତି, ପର୍ଯ୍ୟଟନର ପ୍ରଚାର କରିବେ। ଏପରିକି ଆୟୋଜନ ଅଧିକାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ। ପ୍ରବାସୀ ଭାରତୀୟ ସମ୍ମିଳନ ଆୟୋଜନ ଦ୍ୱାରା ଓଡ଼ିଆ ଅସ୍ମିତା ଉଚ୍ଚକୋଟୀର ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!