ଭୁବନେଶ୍ୱର,୧୦।୧: ତିନି ଦିନ ଧରି ଚାଳିଥିବା ପ୍ରବାସୀ ଭାରତୀୟ ଦିବସର ଶୁକ୍ରବାର ଉଦ୍ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଛନ୍ତି। ପ୍ରବାସୀ ଭାରତୀୟଙ୍କ ଏ ମହାସମ୍ମେଳନର ଶେଷ ଦିନର ଆକର୍ଷଣ ଥିଲା ବିଶ୍ବର ବିଭିନ୍ନ କୋଣ ଅନୁକୋଣରେ ପ୍ରତିଷ୍ଠିତ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବାର ମହାର୍ଘ୍ୟ ଅବସର। ଉଦଯାପନୀ ଦିବସରେ ବିଶ୍ବର ୨୪ ରାଷ୍ଟ୍ରର ୨୭ ଜଣ ସଫଳ ପ୍ରବାସୀଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି।୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୭ ଜଣଙ୍କୁ ସମ୍ମାନଜନକ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିଛନ୍ତି। ଏହି ପୁରସ୍କାର ପାଇଥିବା ତ୍ରିନିଦାଦ ଏବଂ ଟୋବାଗୋର ରାଷ୍ଟ୍ରପତି କ୍ରିଷ୍ଟିନ କାର୍ଲା କଙ୍ଗାଲୁଙ୍କୁ ସେ ବିଶେଷ ଭାବେ ଧନ୍ୟବାଦ ଜଣାଇଛନ୍ତି।ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରବାସୀ ଭାରତୀୟଙ୍କୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ଅଟେ। ଏହି ପୁରସ୍କାର ବିଜେତାମାନେ ବିଭିନ୍ନ କ୍ଷେତ୍ରରେ ପ୍ରବାସୀ ଭାରତୀୟମାନେ ହାସଲ କରିଥିବା ଉତ୍କର୍ଷତାକୁ ପ୍ରତିନିଧିତ୍ୱ କରନ୍ତି। ଯେଉଁମାନେ ଏହି ପୁରସ୍କାର ପାଇଛନ୍ତି ସେମାନଙ୍କ ମଧ୍ୟରେ କଙ୍ଗାଲୁ ମଧ୍ୟ ଥିଲେ ଯିଏ କି ସାର୍ବଜନୀନ କ୍ଷେତ୍ରରୁ ଅଛନ୍ତି। ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି ଭର୍ଚୁଆଲ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଜୟ ରାଣେ (ଅଷ୍ଟ୍ରେଲିଆ), ମାରିଆଲିନା ଜୋଆନ୍ ଫର୍ଣ୍ଣାଣ୍ଡିଜ୍ (ଅଷ୍ଟ୍ରିଆ), ସ୍ୱାମୀ ସଂଯୁକ୍ତାନନ୍ଦ (ଫିଜି), ସରସ୍ବତୀ ବିଦ୍ୟା ନିକେତନ (ଗୁୟାନା), ଲେଖ ରାଜ ଜୁନେଜା (ଜାପାନ), ପ୍ରେମ କୁମାର (କିର୍ଗିଜ୍ ରିପବ୍ଲିକ୍) ଏବଂ ସୌକ୍ଥାଭି ଚୌଧୁରୀ (ଲାଓସ୍)ଙ୍କୁ ସମ୍ମାନିତ କରାଯାଇଥିଲା।ସମ୍ମାନ ନିମନ୍ତେ ପ୍ରବାସୀ ବ୍ୟକ୍ତିବିଶେଷ ଚୟନ ଲାଗି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ବୈଦେଶିକ ବ୍ୟାପାର ଏସ ଜୟଶଙ୍କର ଉପାଧ୍ୟକ୍ଷ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |