ଅରଡ ବଜାରରେ କର୍ଫ୍ୟୁ

ବାଲେଶ୍ଵର,୧୧।୧: ବସ୍ତି ଉଚ୍ଛେଦ ପୂର୍ବରୁ କର୍ଫ୍ୟୁ । ରେଳ ଲାଇନ୍ ସମ୍ପ୍ରସାରଣ ପାଇଁ ଅରଡ଼ ବଜାର ଠାରୁ ପରିବା ମାର୍କେଟ ଅଞ୍ଚଳ  ହରିପୁରରୁ ଦର୍ଜିପୋଖରୀ, କସମିଳା ଠାରୁ ଫୁଲାଡ଼ି, ନୂଆ ବଜାର ରେଳ ଫାଟକ, ନୂଆ ବଜାର ପରିବା ମାର୍କେଟରେ ଲାଗୁ  କର୍ଫ୍ୟୁ ।ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି କଲା ପ୍ରଶାସନ। ବାଲେଶ୍ୱର ଅରଡ଼ ବଜାରଠାରୁ ପରିବା ମାର୍କେଟ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି।  ଆସନ୍ତାକାଲି ରାତି ୧୦ ଯାଏଁ କର୍ଫ୍ୟୁ ଜାରି ରହିବା ନେଇ ସୂଚନା ମିଳିଛି। ରେଳ ଲାଇନ୍ ସଂପ୍ରସାରଣ ପାଇଁ ବସ୍ତି ଉଚ୍ଛେଦ କରୁଛି ପ୍ରଶାସନ। ହରିପୁରରୁ ଦର୍ଜିପୋଖରୀ , କସମିଳାଠାରୁ ଫୁଲାଡି, ନୂଆ ବଜାର ରେଳ ଫାଟକ , ନୂଆ ବଜାର ପରିବା ମାର୍କେଟରେ କର୍ଫ୍ୟୁ ଜାରି କରାଯାଇଛି। ବାଲେଶ୍ଵରରେ ରେଳ ଲାଇନ୍ ସମ୍ପ୍ରସାରଣ  କରିବା ପାଇଁ ପ୍ରସ୍ତୁତି ଚାଲିଛି। ସେଥିପାଇଁ ରେଳ ଲାଇନ୍ ନିକଟରେ ଥିବା ବସ୍ତିକୁ ଉଚ୍ଛେଦ କରାଯାଉଛି। ଏହି କାରଣରୁ ବାଲେଶ୍ଵର  ଅରଡ ବଜାରଠାରୁ ପରିବା ମାର୍କେଟ୍ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ରବିବାର ରାତି ୧୦ଟା ଯାଏଁ କଟକଣା ବଳବତ୍ତର ରହିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!