ପୁରୀ , ୧୩ା୧:ଆଜି ପୌଷ ପୂର୍ଣ୍ଣିମା । ଏହି ଦିନ ଭଗବାନ ଶ୍ରୀରାମଙ୍କର ଚଉଦ ବର୍ଷ ବନବାସ ପରେ ଅଯୋଧ୍ୟାରେ ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେଣୁ ଏହାକୁ ସ୍ମୃତି ଭାବେ ଗ୍ରହଣ କରାଯାଇ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ। ତା’ସହ ଶ୍ରୀଜିଉମାନେ ରତ୍ନସିଂହାସନରେ ରାଜରାଜେଶ୍ବର ବେଶ ବା ସୁନାବେଶରେ ଦର୍ଶନ ଦିଅନ୍ତି। ଶ୍ରୀମନ୍ଦିରରେ ଏହି ଦୁର୍ଲଭ ଦର୍ଶନ ଦ୍ବାରା କୋଟିପୁଣ୍ୟ ମିଳିଥାଏ। ପ୍ରତି ବର୍ଷ ରତ୍ନ ସିଂହାସହନରେ ବିରାଜମାନ ଚତୁର୍ଦ୍ଦା ମୂର୍ତ୍ତି ୪ ଥର ସୁନା ବେଶ ହୋଇଥାନ୍ତି । ପୌଷ ପୂର୍ଣ୍ଣିମାରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି। ରତ୍ନ ସିଂହାସନରେ ବିରଜାମାନ ଚତୁର୍ଦ୍ଦା ମୂର୍ତ୍ତିଙ୍କର ଆଜି ହେବ ସୁନା ବେଶ। ସକାଳ ଧୂପ ପରେ ହେବ ଏହି ବେଶ ।ମହଣମହଣ ସୁନା ଅଳଙ୍କାରରେ ବିଭୁଷିତ ହେବେ ମହାପ୍ରଭୁ । ପ୍ରଭୁ ବଳଭଦ୍ର ହଳମୂଷଳ ଧାରଣ କରିବେ। ଶଙ୍ଖଚକ୍ର ପରିଧାନ କରିବେ ଶ୍ରୀଜଗନ୍ନାଥ । ତାଙ୍କ ପାଦରେ ଶ୍ରୀ ପୟର, ହାତରେ ଶ୍ରୀଭୁଜ ଓ ଅନ୍ୟ ବହୁ ପ୍ରକାର ସୁନା ଅଳଙ୍କାର ପରିଧାନ କରିବେ।ଗତକାଲିଠୁ ଜଳ ଅଧିବାସ ସରିଥିବା ବେଳେ ଆଜି ସେହି ଜଳରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ । ସକାଳୁ ଧୂପ ପରେ ମହାପ୍ରଭୁ ସୁନା ବେଶ ହେବେ। ରାତିରେ ବଡ଼ ସିଂହାର ବେଶ ସମୟରେ ହିଁ ନବାଙ୍କ ବେଶ ସମ୍ପନ୍ନ ହେବ । ଏହି ବେଶରେ ଅନେକ ପ୍ରକାର ପୂଷ୍ପରେ ବିଭୁଷିତ ହେବେ ମହାପ୍ରଭୁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |