ନୂଆଦିଲ୍ଲୀ,୧୩।୧: ବିଶ୍ୱର ସର୍ବବୃହତ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶ ‘ମହାକୁମ୍ଭ ୨୦୨୫’ ସୋମବାର ପବିତ୍ର ନଗରୀ ପ୍ରୟାଗରାଜରେ ଆରମ୍ଭ ହୋଇଛି।ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ପୌଷ ପୂର୍ଣ୍ଣମୀର ବ୍ରାହ୍ମ ମୁହୂର୍ତ୍ତରେ ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଛି ପ୍ରଥମ ପୁଣ୍ୟ ସ୍ନାନ । ବୁଡ଼ ପକାଇ ପାପ ଧୋଇବାକୁ ପ୍ରୟାଗରାଜରେ କୋଟି କୋଟି ହିନ୍ଦୁଙ୍କ ପ୍ରାଣ ଓ ମନ। ପ୍ରଥମେ ସାଧୁ ସନ୍ଥ ଓ ତାପରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ସଂଗମ ସ୍ଥଳରେ ବୁଡ଼ ପକାଉଛନ୍ତି । ଏଥିପାଇଁ ସଂଗମ ତଟରେ ଲାଗିଛି ସାଧୁ ସନ୍ଥ ଓ ଭକ୍ତଙ୍କ ଗହଳି। ବିଭିନ୍ନ ଆଖଡ଼ାର ସାଧୁ ସନ୍ଥଙ୍କ ହୋମ ଯଜ୍ଞ ଓ ମନ୍ତ୍ରଧ୍ବନୀରେ କଂପୁଛି ଚଉଦିଗ। ଏଥର ୬ଟି ସ୍ନାନ ତିଥି ରହିଥିବା ବେଳେ ୪୫ କୋଟି ଲୋକଙ୍କ ଆଗମନ ହେବ। ସେଥିପାଇଁ ୟୁପି ସରକାରଙ୍କ ପକ୍ଷରୁ ମହା ଆୟୋଜନ ସହ କଡ଼ା ସୁରକ୍ଷା ବ୍ୟବସ୍ଥା ବି ଗ୍ରହଣ କରାଯାଇଛି।ପୌଷ ପୂର୍ଣ୍ଣମୀ, ଏ ଦିବ୍ୟ ଦିବସର ବ୍ରାହ୍ମ ମୁହୂର୍ତ୍ତରେ ଧର୍ମ, ଆସ୍ଥା ଓ ସଂସ୍କୃତିର ମହାମିଳନ ପର୍ବ ମହାକୁମ୍ଭ ମେଳାର ଶୁଭାରମ୍ଭ ହୋଇଛି। ଭୋର୍ ୫ଟା ୦୩ ମିନିଟରେ ପ୍ରଥମ ସ୍ନାନ ଯୋଗ ରହିଥିଲା । ପ୍ରଥମେ ସାଧୁ ସନ୍ଥ ଓ ତାପରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ସଂଗମ ସ୍ଥଳରେ ବୁଡ଼ ପକାଇଛନ୍ତି। ଏଥର କୁମ୍ଭମେଳାକୁ ଆସିଥିବା ନାଗା ଆଖଡ଼ା, ନିରଞ୍ଜନୀ ଆଖଡ଼ା, ଜୁନା, ବୈଷ୍ଣବ, ମହାନିର୍ବାଣୀ ଓ କିନ୍ନର ଆଖଡ଼ାଙ୍କୁ ମିଶାଇ ୧୩ରୁ ଅଧିକ ଆଖଡ଼ା ସଂଗମ ତଟରେ ବୁଡ ପକାଇଛନ୍ତି। ୧୪୪ବର୍ଷ ପରେ ବିରଳ ସଂଯୋଗ ସାଙ୍ଗକୁ ୧୨ ବର୍ଷ ପରେ ପୁଣି ମହାକୁମ୍ଭ ମେଳାରେ ଲକ୍ଷ ଲକ୍ଷ ସାଧୁଙ୍କ ଯଜ୍ଞ ଓ ମନ୍ତ୍ର ଧ୍ବନୀରେ ତୀର୍ଥରାଜର ଚତୁର୍ଦ୍ଦିଗ କଂପୁଛି।ଏହି ପବିତ୍ର ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଭକ୍ତ, ସନ୍ଥ, ମହାତ୍ମା, କଳ୍ପବାସୀ ଏବଂ ପରିଦର୍ଶକଙ୍କୁ ସ୍ବାଗତ କରିଥିଲେ ଏବଂ ମହାକୁମ୍ଭର ପ୍ରଥମ ସ୍ନାନ ପାଇଁ ଶୁଭକାମନା ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ପୌଷ ପୂର୍ଣ୍ଣିମାର ପବିତ୍ର ସ୍ନାନ ସହିତ, ଆଜିଠାରୁ ପ୍ରୟାଗରାଜର ପବିତ୍ର ଭୂମିରେ ମହାକୁମ୍ଭ ଆରମ୍ଭ ହୋଇଛି। ଆମର ବିଶ୍ୱାସ ଏବଂ ସଂସ୍କୃତି ସହିତ ଜଡିତ ଏହି ଦିବ୍ୟ ଅବସରରେ, ମୁଁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।’ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାର ଏହି ବିଶାଳ ପର୍ବ ଆପଣମାନଙ୍କ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଏବଂ ଉତ୍ସାହ ଆଣିଦେଉ ବୋଲି ମୁଁ କାମନା କରୁଛି। ସେହି ସମୟରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମହାକୁମ୍ଭର ପ୍ରଥମ ସ୍ନାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |