ସଂଗ୍ରାମୀଙ୍କୁ ୨୦ ହଜାର ପେନ୍‌ଶନ୍‌

ଭୁବନେଶ୍ୱର,୧୩।୧:ସଂଗ୍ରାମୀଙ୍କୁ ୨୦ ହଜାର ପେନ୍‌ଶନ୍‌  । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ୧୯୭୫ ଇମର୍ଜେନ୍ସି ସମୟରେ ଜେଲ ଦଣ୍ଡ ଭୋଗିଥିବା ଲୋକଙ୍କୁ ପେନ୍ସନ୍ ଦେବେ ରାଜ୍ୟ ସରକାର । ମିସା (ଦି ମେଣ୍ଟେନାନ୍ସ ଅଫ୍ ଇଣ୍ଟରନାଲ୍ ସିକ୍ୟୁରିଟି ଆକ୍ଟ,୧୯୭୧), ଡିଆଇଆର୍ ( ଦ ଡିଫେନ୍ସ ଅଫ୍ ଇଣ୍ଡିଆନ୍ ରୁଲ୍ସ ) ଏବଂ ଡିଆଇଏସଆଇଆର୍ (ଦ ଡିଫେନ୍ସ ଆଣ୍ଡ ଇଣ୍ଟରନାଲ ସିକ୍ୟୁରିଟି ଅଫ୍ ଇଣ୍ଡିଆନ୍ ରୁଲ୍ସ) ଅଧିନରେ ଜେଲ ଦଣ୍ଡ ଭୋଗିଥିବା ଲୋକଙ୍କୁ ଆର୍ଥିକ ସହଯୋଗ ଯୋଗାଇବେ ରାଜ୍ୟ ସରକାର|ଏ ନେଇ ସୋମବାର ଅପରାହ୍ନରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ୨ ବର୍ଷ କାଳ ସାରା ଦେଶରେ ଇନ୍ଦୀରା ଗାନ୍ଧୀଙ୍କ ଦ୍ୱାରା ଲଗାଟାଇଥିବା ଇମର୍ଜେନ୍ସିବେଳେ ଜେଲ ସକା ଜାଟିଥିବା ବ୍ୟକ୍ତି ଏହି ସୁବିଧା ପାଇବେ ।୧.୧.୨୦୨୫ ସୁଦ୍ଧା ଜୀବୀତ ଲୋକଙ୍କୁ ଏହି ସୁବିଧା ମିଳୁଛି । ଲୋକଙ୍କୁ ୨୦ ହଜାର ଟଙ୍କା ପେନସନ୍ ଦିଆଯିବ । ଆର୍ଥିକ ସହାୟତା ବ୍ୟତୀତ ଏହି ଲୋକମାନଙ୍କୁ ମାଗଣା ଚିକିତ୍ସା ସୁବିଧା ମଧ୍ୟ ଯୋଗାଇଦିଆଯିବ । ୨୦୨୫ ଜାନୁଆରୀ ୧ ତାରିଖ ପୂର୍ବରୁ ପ୍ରାଣହରାଇ ସାରିଥିବାକୁ ପେନସନ୍ ସୁବିଧା ମିଳିବ ନାହିଁ । ଭାରତର ସ୍ବାଧୀନତା ସଂଗ୍ରାମରେ ସେମାନଙ୍କର ପ୍ରମୁଖ ଭୂମିକାକୁ ସ୍ବୀକୃତି ଦେଇ ଓଡ଼ିଶା ସରକାର ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ପେନ୍‌ଶନ ବୃଦ୍ଧି ଘୋଷଣା କରିଥିଲେି। ଭାରତର ସ୍ବାଧୀନତା ସଂଗ୍ରାମ ସମୟରେ ଯେଉଁମାନେ କାରାଗାରର ସମ୍ମୁଖୀନ ହୋଇଥିଲେ ସେମାନଙ୍କ ପାଇଁ ରାଜ୍ୟ ସରକାର ପେନ୍‌ଶନ ଦୁଇଗୁଣ ବୃଦ୍ଧି କରିଛନ୍ତି।ସ୍ବାଧୀନତା ସଂଗ୍ରାମରେ କାରାଗାରରେ ଥିବା ସ୍ବାଧୀନତା ସଂଗ୍ରାମୀମାନେ ବର୍ତ୍ତମାନ ମାସିକ ୨୦,୦୦୦ ଟଙ୍କା ପାଇବେ, ଯାହା ପୂର୍ବର ୧୦,୦୦୦ ଟଙ୍କାର ଦୁଇଗୁଣ ହେବ। ଯେଉଁମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ କିନ୍ତୁ କାରାଗାରରେ ନଥିଲେ ସେମାନଙ୍କ ପେନ୍‌ଶନ୍‌ ୯,୦୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି ପାଇବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!