ଭୁବନେଶ୍ୱର,,୧୫।୧: ୩ ଦିନ ହେଲା ଉପାସରେ ଶ୍ରୀଲିଙ୍ଗରାଜ । ସୋମବାର ସନ୍ଧ୍ୟାରୁ ଏ ପର୍ଯ୍ୟନ୍ତ ହୋଇନି ନୀତିକାନ୍ତି । ଟ୍ରଷ୍ଟ ବୋର୍ଡ ବୈଠକ ଡାକି ସ୍ଥାୟୀ ସମାଧାନ ଡାକି କଲା ବ୍ରାହ୍ମଣ ନିଯୋଗ । ବ୍ରାହ୍ମଣ ନିଯୋଗ ପକ୍ଷରୁ ଆଇନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ।ଜିଦ୍ରେ ଅଟଳ ସେବାୟତ । ମକର ସଂକ୍ରାନ୍ତିରେ ନୀତି ବିଭ୍ରାଟ ହେତୁ । ଶ୍ରୀଲିଙ୍ଗରାଜ ଖାଡ଼ା ଉପବାସ ରହିଛନ୍ତି । ମକର ସଂକ୍ରାନ୍ତି ଭଳି ପବିତ୍ର ଦିନରେ ଅପୂଜା ରହିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । କ୍ଷୀର ଆଉଟା ନୀତିକୁ ନେଇ ଦୁଇ ସେବାୟତ ଗୋଷ୍ଠୀଙ୍କ କଳିରେ ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିବା ସହ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଖାଡା ଉପବାସ ରହିଛନ୍ତି । ବିବାଦ ତୁଟାଇ ସେବାୟତଙ୍କୁ ମନାଇବାରେ ପ୍ରଶାସନ ବିଫଳ ହେବା କାରଣରୁ ମକର ସଂକ୍ରାନ୍ତିରେ ନୀତି ବିଭ୍ରାଟ ହୋଇଛି।ସେବାୟତ ଗୋଷ୍ଠୀ ଜିଦ୍ରେ ଅଟଳ ରହିବାରୁ ଗତକାଲି ରାତିରୁ ଠାକୁର ନବାଙ୍କ ବେଢ଼ାରେ ଅପୂଜା ବସି ରହିଛନ୍ତି। ନୀତି ସରି ପାରି ନଥିବାରୁ ଅନ୍ୟାନ୍ୟ ନୀତି ଆଗକୁ ବଢ଼ି ପାରି ନଥିଲା । ତେବେ ଖୁବ୍ଶୀଘ୍ର ସମାଧାନର ବାଟ ବାହାରିବ ବୋଲି କହିଛନ୍ତି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ । ସବୁ ନିଯୋଗ ସହ ପୁଣି ହେବ ବୈଠକ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |