ଭୁବନେଶ୍ୱର, ୧୫ା୧: ଆଜି HMPVକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦିନ ୧୧ଟାରେ ଲୋକସେବା ଭବନରେ ବସିବ ବୈଠକ ।ଏହି ବୈଠକରେ ଜନସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ରହିବେ । ଏହା ସହ ସବୁ ଜିଲ୍ଲାର ସିଡିଏମଓ ମଧ୍ୟ ଯୋଗଦେବେ ।ବୁଧବାର ସମସ୍ତ ଜିଲ୍ଲାର ସ୍ଥିତି ଓ ପ୍ରସ୍ତୁତି ନେଇ ଆଲୋଚନା କରିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ |ଦିନକୁ ଦିନ ଦେଶରେ ଏଚଏମ୍ପିଭି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଆଜି ଏଚଏମପିଭିକୁ ନେଇ ସ୍ଵାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ବସିବ। ଦିନ ୧୧ଟାରେ ଲୋକସେବା ଭବନରେ ସ୍ଵାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ସିଡିଏମଓ ଏବଂ ଜନସ୍ଵାସ୍ଥ୍ୟ ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ରହିବେ। ସବୁ ଜିଲ୍ଲାର ସ୍ଥିତି ଏବଂ ପ୍ରସ୍ତୁତିକୁ ନେଇ ଆଲୋଚନା କରାଯିବ। ଏଚଏମ୍ପିଭିକୁ ନେଇ କେନ୍ଦ୍ରର ଗାଇଡ୍ ଲାଇନକୁ ଅପେକ୍ଷା କରାଯାଇଛି। ଏହାପରେ ପରବର୍ତ୍ତୀ କାର୍ଯ୍ୟ ପନ୍ଥା ଗ୍ରହଣ କରାଯିବ। ତେବେ ଏଚଏମପିଭି ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବାବେଳେ ରାଜ୍ୟ ନିରୀକ୍ଷଣ ବ୍ୟବସ୍ତା ଜାରି ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |