୧୯୯୦ ମସିହା ମେଟ୍ରିକ ବ୍ୟାଚ ବନ୍ଧୁ ମିଳନ କାଯ୍ୟକ୍ରମ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୧୬ା୧:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ମେଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ପଡୋଶୀ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କାମରା ମାଁ ଡଙ୍ଗର୍ ଦେଇ ମନ୍ଦିର ଠାରେ ଅନୁଷ୍ଠିତ ହୋଇଛି | ଦୀର୍ଘ ୩୫ ବର୍ଷ ପରେ ବାଲ୍ୟ ବନ୍ଧୁମାନେ ଏକାଠି ମିଶିଥିବାରୁ ହସଖୁସି, ଆନନ୍ଦ ରେ ଦିନ ଟି କାଟିଥିଲେ | କର୍ମମୟ ଜୀବନ ରୁ ଗୋଟିଏ ଦିନ ବାହାର କରି ସାଙ୍ଗ ସାଥି ମେଳ ରେ ସମସ୍ତେ ମିଶିଥିବା ରୁ ମେଟ୍ରିକ ପରେ ନିଜ ନିଜ ଜୀବନ ର ଗତି ପଥ ଉପରେ ଆଲୋଚନା କରିଥିଲେ |ଏହି ମସିହା ରେ ମୋଟ ୭୦ ଜଣ ପାଠ ପଢୁଥିବା ବେଳେ ୫୦ ଜଣ ଉପସ୍ଥିତ ଥିଲେ | ଏକ whatsapp ଗ୍ରୁପ ମାଧ୍ୟମରେ ସମସ୍ତେ ଏକତ୍ରିତ ହୋଇ ଆଜି ବନ୍ଧୁ ମିଳନ କରିଥିଲେ | ଆଗାମୀ ଦିନ ରେ ସମସ୍ତେ ସୁଖ ଦୁଃଖ ରେ ସାମିଲ ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ | ଏବଂ ମୁଖ୍ୟ ଅତିଥି ଭାବେ ସେଇ ବିଦ୍ୟାଳୟ ର ଶିକ୍ଷକ ବନମାଳୀ ରଥ ଯୋଗ ଦେଇଥିଲେ | ଶେଷରେ ଆଗାମୀ ଦିନ ବନ୍ଧୁ ପାଇଁ ର ଭାବନା ରେ ଦୁଃଖ ସୁଖର ସାଥୀ ହେବାପାଇଁ ହାତକୁ ହାତ ମିଲାଇ ଆଗକୁ ଯିବା ନିଷ୍ପତି ହୋଇଥିଲା |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!