ଶ୍ରୀମନ୍ଦିରରେ ଫେବୃଆରୀ ୧ରୁ ଧାଡ଼ି ଦର୍ଶନ

ପୁରୀ,୧୭।୧:ଫେବୃଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ହୁଣ୍ଡି ସ୍ଥାନାନ୍ତର ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ବିଳମ୍ବ ହେଉଛି। ଏଥିପାଇଁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା କିଛି ଦିନ ଗଡ଼଼ିପାରେ। ତେବେ ଫେବୃଆରୀ ୧ରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇପାରେ। ହୁଣ୍ଡି ସ୍ଥାନାନ୍ତର ପାଇଁ କିଛି ଅନୁମତି ଆବଶ୍ୟକତା ରହିଛି। ସେହି ପ୍ରକ୍ରିୟା ସରିବା ପରେ ଧାଡ଼ି ଦର୍ଶନ ପାଇଁ ଷ୍ଟ୍ରକଚର ଇନଷ୍ଟଲ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି।ଶ୍ରୀମନ୍ଦିରରେ   ହୁଣ୍ଡି ସ୍ଥାନାନ୍ତର ପାଇଁ ଧାଡି ଦର୍ଶନ ପ୍ରକ୍ରିୟା ବିଳମ୍ବ ହେଉଛି । ହୁଣ୍ଡି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ କିଛି ଅନୁମତି ଆବଶ୍ୟକ ଅଛି । ସେହି ପ୍ରକ୍ରିୟା ସରିବା ପରେ ଧାଡ଼ି ଦର୍ଶନ ପାଇଁ ଷ୍ଟ୍ରକଚର ଇନଷ୍ଟଲ କରାଯିବ । ଫେବ୍ରୁଆରୀ ଏକ ତାରିଖରୁ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!