ରାଜଗାଙ୍ଗପୁର,୧୮।୧: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କମ୍ପାନୀରେ ୧୬ ତାରିଖ ରାତିରେ କୋଇଲା ହପର ତଳେ ଚାପି ହୋଇ ଯାଇଥିଲେ ୩ ଶ୍ରମିକ। ପୂର୍ବରୁ ୨ ଜଣଙ୍କ ମୃତଦେହ ମିଳିଥିବାବେଳେ ଶନିବାର ଅର୍ଥାତ ୪୮ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ମିଳିଛି।ମୃତକ ଜଣଙ୍କ ହେଲେ ଦାଶରଥୀ ପାତ୍ର। ତେବେ କମ୍ପାନା ପକ୍ଷରୁ ମୃତକଙ୍କ ପରିବାରଳୁ ୨୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।ଗୁରୁବାର ସନ୍ଧ୍ୟାରେ ୨ନମ୍ବର ପ୍ଲାଣ୍ଟରେ ଥିବା ବଏଲର ଫାଟି ଯାଇ କୋଇଲା ଗଦା ହୋଇଯାଇଥିଲା। ପ୍ଲାଣ୍ଟ ଭିତରକୁ ୧୬ଜଣ ଶ୍ରମିକ କାର୍ଯ୍ୟ କରିବାକୁ ଯାଇଥିଲେ। ସେଥିମଧ୍ୟରୁ କେତେଜଣ ବାହାରକୁ ପଳାଇ ଆସିଥିବାବେଳେ ୩ ଶ୍ରମିକଙ୍କ ଫୋନ୍କୁ ଯୋଗାଯୋଗ ହୋଇପାରୁ ନ ଥିଲା ଏନେଇ ସେମାନଙ୍କ ପରିବାର ଲୋକେ ନାନା ଆଶଙ୍କାରେ ଥିଲେ । ୩୬ ଘଣ୍ଟା ପରେ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ଆଜି ଆଉ ଜଣକ ମୃତଦେହ ମିଳିଛି lଏହି କୋଇଲା ହପରରେ ଟନ୍ ଟନ୍ କୋଇଲା ଗଚ୍ଛିତ ରହିଥାଏ। ପରେ କୋଇଲାକୁ କନଭେୟର ବେଲ୍ଟ ମାଧ୍ୟମରେ ବଏଲରକୁ ପଠାଯାଇଥାଏ। ତେବେ କୋଇଲା ହପର ଭୁଶୁଡି ପଡିବାରୁ ଏହି ଦୁର୍ଘଟଣା ଘଟିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |