ଭୁବନେଶ୍ୱର,୨୧।୧:ଆଜି ଖୋଲିବ ହଂସପାଳ ଫ୍ଲାଏଓଭର ବ୍ରିଜ। ବହୁ ପ୍ରତୀକ୍ଷିତ ହଂସପାଳ ଫ୍ଲାଏ ଓଭରବ୍ରିଜର ଶୁଭ ଉଦଘାଟନ କରିବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।ଏବେ ଏହି ଓଭରବ୍ରିଜ ଦେଇ ଯାତାୟତ କରିପାରିବେ ସାଧାରଣ ଜନତା। ଏଣିକି ଆଉ ସନ୍ଧ୍ୟା ହେଲେ ଜାମ ହେବନି ଭୁବନେଶ୍ୱରରୁ କଟକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା।ହଂସପାଳ ରାସ୍ତା ସବୁବେଳେ ଭିଡ଼ ରହୁଥିବାରୁ କଟକରୁ ଭୁବନେଶ୍ୱରକୁ ଆସୁଥିବା ଯାତ୍ରୀ ଗତ ବର୍ଷଠାରୁ ଏହି ବ୍ରିଜର ବ୍ୟବହାର କରିପାରୁଥିଲେ।ହେଲେ ଭୁବନେଶ୍ୱରରୁ କଟକକୁ ଯାତାୟତ କରିପାରୁନଥିଲେ। ହେଲେ ଏବେ ସମ୍ପୂର୍ଣ୍ଣ ଦୁଇପଟରୁ ଗାଡ଼ି ଯାତାୟତ କରିପାରିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |