କର୍ତ୍ତବ୍ୟ ପଥରେ ତ୍ରିରଙ୍ଗା ଉତ୍ତୋଳନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬ା୧:ପଲ୍ଲୀରୁ ଦିଲ୍ଲୀ ଆନନ୍ଦ ଉଲ୍ଲାସ । ଦେଶ ପାଳୁଛି ୭୬ତମ ଗଣତନ୍ତ୍ର ଦିବସ । କର୍ତ୍ତବ୍ୟ ପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିଛନ୍ତି । ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯିବା ପରେ କର୍ତ୍ତବ୍ୟ ପଥରେ ଆରମ୍ଭ ହୋଇଛି ଚିତ୍ତାକର୍ଷକ ପରେଡ୍ । ବିଶ୍ଵବାସୀ ଦେଖୁଛନ୍ତି ଭାରତର ଶକ୍ତି ଓ ପରାକ୍ରମ ।ଚଳିତଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋବୋ ସୁବିୟାନ୍ତୋ । ଏବେ କର୍ତ୍ତବ୍ୟ ପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରେଡ୍ ଅଭିବାଦନ ଗ୍ରହଣ କରୁଛନ୍ତି । ପରେଡ୍‌କେ ଏୟାରଫୋର୍ସର ୪୦ ବିମାନକୁ ସାମିଲ୍ କରାଯାଇଛି । ଯେଉଁଥିରେ ୨୨ଟି ଯୁଦ୍ଧି ବିମାନ, ୧୧ଟି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଓ ୭ଟି ହେଲିକପ୍ଟର ରହିଛି ।ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟପଥ ଆକର୍ଷଣର କେନ୍ଦ୍ରବିନ୍ଦୁ ପଲଟିଛି । ସାଧାରଣତନ୍ତ୍ର ଦିବସ ଅବସରରେ ଭବ୍ୟ ପରେଡ୍ ଆୟୋଜନ ହୋଇଛି । ଏଥିରେ ୯୦ ମିନିଟର କାର୍ଯ୍ୟକ୍ରମ ରହିବ । ସାରା ବିଶ୍ବ ଦେଖୁଛି ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରର ଶୌର୍ଯ୍ୟ, ଶକ୍ତି ଏବଂ ସଂସ୍କୃତି । ଜାତୀୟ ପତାକା ଉତ୍ତୋଳନ ପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ସେନାର ଅଭିବାଦନ ଗ୍ରହଣ କରିଛନ୍ତି । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସର ଥିମ ରହିଛି ‘ସ୍ବର୍ଣ୍ଣିମ ଭାରତ, ବିରାଶତ ଓ ବିକାଶ’ । ପରେଡରେ ୧୬ ରାଜ୍ୟ ଓ ୧୦ ମନ୍ତ୍ରାଳୟର ୩୧ଟି ପ୍ରଜ୍ଞାପନ ମେଢ଼ ନିଜର କଳା ପ୍ରଦର୍ଶନ କରୁଛନ୍ତି । ପ୍ରଥମଥର ପାଇଁ ପରେଡରେ ‘ପ୍ରଳୟ’ ମିସାଇଲ୍‌କୁ ଦେଖିବାକୁ ମିଳିବ । ଏହି ମିସାଇଲ୍ ଭୂ ପୃଷ୍ଠରୁ ଭୂ ପୃଷ୍ଠକୁ ଟାର୍ଗେଟ୍ କରିପାରେ । କର୍ତ୍ତବ୍ୟ ପଥରେ ସେନା ଯବାନ ବାଇକ୍‌ରେ ଷ୍ଟଣ୍ଟ ଦେଖାଇବେ । ଇଣ୍ଡୋନେସିଆନ୍ ବ୍ୟାଣ୍ଡ କଣ୍ଟିଜେଣ୍ଟ ପରେଡରେ ସାମିଲ୍ ହୋଇଛନ୍ତି ।ବ୍ରହ୍ମୋସ ମିସାଇଲ୍, ଯୁଦ୍ଧ ବିମାନ ରାଫେଲ୍, ସୁଖୋଇ ନିଜର ପରାକ୍ରମ ଦେଖାଉଛନ୍ତି । ଚଳିତ ବର୍ଷ ପରେଡରେ ଗର୍ବ ଏବଂ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସ୍ବାଦେଶୀ କ୍ବିକ୍ ଆକ୍ସନ ଫୋର୍ସ ଭେହିକିଲ୍ ନନ୍ଦିଘୋଷ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥା ନାଁରେ ଏହି ସେନା ଗାଡ଼ିର ନାଁ ରଖାଯାଇଛି । ଏହି କଣ୍ଟିଜେନ୍ସି ଦାୟିତ୍ବ ତୁଲାଉଛନ୍ତି ମେଜର ରାଧିକା ସେନ୍ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!