OSRTC ବସ୍‌ ଓଲଟି , ୪୫ ଯାତ୍ରୀ ଆହତ

ଭୁବନେଶ୍ୱର,୨୬ା୧:ଓଡ଼ିଶା ରାଜ୍ୟ ପରିବହନ ନିଗମ(ଓଏସଆରଟିସି)ର ଏକ ବସ ଓଲଟି ପଡ଼ିବା ଫଳରେ  ଏକାଧିକ ଆହତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି  । ସମଲ ଥାନା ଗହମ ସେବାଶ୍ରମ ପାଖରେ ନିକଟରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ପାଲଲହଡ଼ାରୁ ତାଳଚେର ଆସୁଥିବା ବେଳେ ବସ୍‌ଟି ଓଲଟି ପଡ଼ିଥିବା ସୂଚନା । ବସ୍‌ ଭିତରୁ ଉଦ୍ଧାର ଯାତ୍ରୀଙ୍କୁ ତାଳଚେର ମେଡିକାଲ୍‌ରେ ଭର୍ତ୍ତି କରଯାଇଛି। ବସ୍‌ର ସବୁ ସିଟ୍‌ରେ ଯାତ୍ରୀ ଥିଲେ, ଏମିତିକି ଆଉ କିଛି ଛିଡ଼ା ହୋଇଥିଲେ ବୋଲି ସୂଚନା ରହିଛି । ବସଟି ବାରିପଦାରୁ ଅନୁଗୁଳ ଯାଉଥିଲା। ତାଳଚେରର ସମଲ ଥାନା ଅନ୍ତର୍ଗତ ଗହମ ସେବାଶ୍ରମ ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୪୫ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ତୁରନ୍ତ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖବର ପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଆହତଙ୍କ ମଧ୍ୟରୁ ୧୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!