ଧର୍ମଗଡ଼ରେ ଡକାୟତି : ୮ ଡକାୟତଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର,୧ା୨:  ଓଡିଶା ପୋଲିସକୁ ମିଳିଛି ବଡ଼ ସଫଳତା । ୮ ଅର୍ନ୍ତରାଜ୍ୟ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ ।କଳାହାଣ୍ଡି ଜିଲ୍ଲା ପୁଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଧର୍ମଗଡ଼ ଥାନା ପୁଲିସ  ଏକ ବଡ଼ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା ଜବତ କରିଛି।ସେମାନଙ୍କଠାରୁ ୩ କୋଟି ୫୧ ଲକ୍ଷ ଟଙ୍କା ଜବତ କରାଯାଇଛି ।ଲୁଟ୍ ପରେ ଧରାପଡ଼ିଲେ ଏହି ଡକାୟତ ଗ୍ୟାଙ୍ଗ । ଭାଟି ଲୁଟିବା ପରେ ଲୁଟ୍ ଟଙ୍କାକୁ ଜଙ୍ଗଲରେ ଲୁଚେଇ ରଖିଥିଲେ ।ପୋଲିସ ସୂଚନା ମୁତାବକ ଏହି ଡକାୟତମାନେ ଝାଡଖଣ୍ଡର । ସାଦା ପୋସାକରେ ଥିବା ପୋଲିସଙ୍କୁ ଜଙ୍ଗଲ ରାସ୍ତାରେ ଲିଫ୍ଟ ମାଗିଥିଲେ ଡକାୟତ ।ସେମାନଙ୍କ ବ୍ୟବହାରରେ ସନ୍ଦେହ ହେବା କାରଣରୁ ଧର୍ମଗଡ଼ ପୋଲିସ ଉକ୍ତ ଡକାୟତଙ୍କୁ ମାଡ଼ି ବସିଥିଲା । ଏଥିସହ ଜଙ୍ଗଲରେ ଲୁଚାଇଥିବା ଲୁଟ୍ ଟଙ୍କାକୁ ପୋଲିସ ଜବତ କରିନେଇଛି ।
ଗିରଫ ଡକାୟତଙ୍କୁ ପଚରା ଉଚରା କରି ଘଟଣାର ଯାଞ୍ଚ ଚଳାଇଛି ଧର୍ମଗଡ଼ ପୋଲିସ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!