ନୂଆଦିଲ୍ଲୀ,୩।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର (ଫେବୃଆରୀ୧) ତାଙ୍କର ଲଗାତାର ଅଷ୍ଟମ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ୍ ଆଗତ ହେବା ପରେପରେ ରେଳ ବଜେଟ୍ ଘୋଷଣା କରାଯାଇଥିଲା। ସାଧାରଣ ବଜେଟରେ ରେଲୱେ କ୍ଷେତ୍ର ପାଇଁ ଓଡ଼ିଶାକୁ ୧୦ ହଜାର ୫୯୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୋମବାର ଏକ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।ଅଶ୍ଵିନୀଙ୍କ ସୂଚନା ଅନୁସାରେ, ଓଡ଼ିଶାରେ ଗତ ୧୦ ବର୍ଷ ମଧ୍ୟରେ ୨୦୪୬ କିଲୋମିଟର ନୂଆ ରେଳପଥ ନିର୍ମାଣ ହୋଇଛି। ଓଡ଼ିଶାରେ ନୂଆକରି ନିର୍ମାଣ ହୋଇଥିବା ରେଳପଥ ମାଲେସିଆରେ ଥିବା ରେଳପଥଠାରୁ ଅଧିକ। ରାଜ୍ୟରେ ବର୍ତ୍ତମାନ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି। ଆଗକୁ ଆହୁରି ଅନେକ ନୂଆ ଟ୍ରେନ ଓଡ଼ିଶାକୁ ଗଡ଼ିବ। ୭୮ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି। ୧୮୯୮ କିଲୋମିଟର ରେଳପଥରେ କବଚ ଲାଗିବା କାମ ଶେଷ ହୋଇଛି। ୧୦ ହଜାର ଲୋକୋମୋଟିଭରେ କବଚ ଲାଗିବ। କଲକାତା-ଭଦ୍ରକ ରେଳପଥ କାର୍ଯ୍ୟ ଜୋରସୋରରେ ଚାଲିଛି। କଲକାତା-ଚେନ୍ନାଇ ୪ ଲେନ ରେଳପଥ କାର୍ଯ୍ୟ ଶୀଘ୍ର ଶେଷ ହେବ ବୋଲି ସେ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |