ଭାରତ-ଇଂଲଣ୍ଡ ଦଳ ଆସନ୍ତା ଫେବୃଆରୀ ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ

ଭୁବନେଶ୍ୱର,୫।୨:ଆସନ୍ତା ଫେବୃଆରୀ ୯ (ରବିବାର)ରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ODI ମ୍ୟାଚ୍ । ଏହି ମ୍ୟାଚ୍‌ ପୂର୍ବରୁ ଆଜି ପୋଲିସ୍‌ ସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପୋଲିସ୍‌ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପୋଲିସ୍‌ ବିଭାଗର ବରିଷ୍ଠ ଅଧିକାରୀ, ଓସିଏ, ହୋଟେଲ କର୍ମକର୍ତ୍ତା, ଏୟାରପୋର୍ଟ କର୍ତ୍ତୁପକ୍ଷ ଏବଂ ସିଆଇଏସ୍‌ଏଫ୍‌ର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।ବାରବାଟୀ ଷ୍ଟାଡିୟମ ଜଗିବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ। ଏନେଇ ସୂଚନା ଦେଲେ ପୋଲିସ କମିଶନର ଏସ. ଦେବଦତ୍ତ ସିଂ। ‘ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଦୁଇ ଦଳ।୮ରେ ଅଭ୍ୟାସ ପାଇଁ କଟକ ଯିବେ ଦୁଇ ଦଳ, ୯ରେ ମ୍ୟାଚ। ୫୦ ପ୍ଲାଟୁନ ଫୋର୍ସ ସହ ବରିଷ୍ଠ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ।’ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ।ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ଟିକେଟ ପାଇଁ ଧାଡ଼ି ଲମ୍ଵାଇଛନ୍ତି। ଷ୍ଟାଡିୟମ ନିକଟରେ ୪ଟି କାଉଣ୍ଟରର ବ୍ୟବସ୍ଥା ହୋଇଛି । ଟିକେଟ୍‌ ବିକ୍ରିକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାରିକେଡ ବନ୍ଧା ଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମୋଟ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।ଷ୍ଟାଡିୟମ ନିକଟରେ ୪ଟି କାଉଣ୍ଟରରେ ଟିକେଟ ବିକ୍ରି ବ୍ୟବସ୍ଥା ହୋଇଛି। ସମସ୍ତ ଗ୍ୟାଲେରୀ ଏବଂ ଦାମୀ ଟିକେଟକୁ ମିଶାଇ ୧୧,୦୮୦ ଟିକେଟ କାଉଣ୍ଟରରେ ବିକ୍ରି ହେବ ବୋଲି  ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!