ଡାବୁଗାଁ ବ୍ଲକରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

 ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୬।୨: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଡାବୁଗାଁ ଏକ୍ସ ବୋର୍ଡ ୟୁଜି ୟୁପି ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା– ୨୦୨୫ ଅନୁଷ୍ଠିତ ହେଲା | ଆଜିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଡାବୁଗାଁ କ୍ଲଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା।ଏଥିରେ ପ୍ରଥମେ ସାକ୍ଷରତା, ସଂଖ୍ୟା ଜ୍ଞାନ, ସକ୍ରିୟାତ୍ମକ ଓ ମତାମତ ଭଳି ୫ ଟି ଷ୍ଟଲ କୁ ଉଦଘାଟନ କରାଯାଇଥିଲା | ପରେ ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାର ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ, ସନ୍ନମାନ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ଗୁପ୍ତ ବିଷୟୀ, ବ୍ଲକ ଉପାଧ୍ୟାକ୍ଷା ସଦାନନ୍ଦ ନାୟକ ଏବଂ ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମାଝୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତସ ସାହୁ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ବନାଲତା ମହାନ୍ତି ପ୍ରମ୍ମୁକ ମଞ୍ଚାସିନ ଥିଲେ।ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଲା ୨୦୨୬-୨୭ ସୁଦ୍ଧା ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଦକ୍ଷତା ବୃଦ୍ଧି କରି ସେମାନଙ୍କର ସର୍ବାଙ୍ଗୀନ ବିକାଶ କରିବା | ଏହି ମେଳାରେ ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ହାସଲ କରିବାକୁ ହେଲେ ପିତାମାତା ଙ୍କ ଭୂମିକା, ଶିକ୍ଷକ ମାନଙ୍କ ଭୂମିକା, ଗୋଷ୍ଠୀ ର ଭୂମିକା ଓ ପଞ୍ଚାୟତ ପ୍ରତିନିଧି ଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ |ଏଥିରେ ଡାବୁଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନ ୧୧ଟି ବିଦ୍ୟାଳୟର ଏଫଏଲଏନ ଶିକ୍ଷକ ୩୦ ଜଣ , ୧୧୦ ଜଣ ଅବିଭାବକ,ଏବଂ ୧୬୦ ଜଣ ଛାତ୍ର ଛାତ୍ରି ଏବଂ ସତ ଗୋଟି କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଞ୍ଜଜୋକ ମାନେ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ଚାଚାରଗୁଡା କ୍ଲଷ୍ଟର ର ଆଞ୍ଚଳିକ ସଞ୍ଜଜକ ଗୁପ୍ତେ ପ୍ରସାଦ ନାଗ ଏବଂ ଡାବୁଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!