ଭୁବନେଶ୍ୱର,୭ା୨: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ (ଓସିଏସ୍)- ୨୦୨୩ ପ୍ରିଲିମ୍ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି ।ପରୀକ୍ଷାରେ ମୋଟ ୪୭୯୯ ଜଣ ପ୍ରାର୍ଥୀ ଲିଖିତ (ମୁଖ୍ୟ) ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଓସିଏସ୍ ପ୍ରିଲିମ୍ ପାଇଥିବା ୪୭୯୯ ଜଣଙ୍କ ମଧ୍ୟରୁ ୧୫୭୩ ଜଣ ମହିଳା ଥିବା ସୂଚନା ମିଳିଛି ।OPSC ୱେବସାଇଟ୍ରୁ ପରୀକ୍ଷାର୍ଥୀ ସେମାନଙ୍କ ରେଜଲ୍ଟ ଜାଣିପାରିବେ । କୃତି ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର OPSC ୱେବସାଇଟ୍ରେ ଉପଲବ୍ଧ ରହିଛି । ୨୦୨୪ ଡିସେମ୍ବର ୧୫ରେ OCS ପ୍ରିଲିମ୍ ପରୀକ୍ଷା ହୋଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |