ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଟିମ୍‌ ଇଣ୍ଡିଆର ଖେଳାଳି

ପୁରୀ, , ୮ା୨ :ରବିବାର ବାରବାଟୀରେ ଭାରତ-ଇଂଲଣ୍ଡ ଟକ୍କର । କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ହେବ ଭାରତ-ଇଂଲଣ୍ଡ ଦିବାରାତ୍ର ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଚଳିତ ୩ ମ୍ୟାଚ ବିଶିଷ୍ଟ ସିରିଜର ଏହା ହେବ ଦ୍ୱିତୀୟ ଗେମ୍‌। ଏହାପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟରମାନେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଜଗନ୍ନାଥଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ। କଡ଼ା ସୁରକ୍ଷାରେ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା।ଶ୍ରୀମନ୍ଦିରରେ ଭାରତୀୟ କ୍ରିକେଟର । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଲେ ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ୱାସିଂଟନ୍‌ ସୁନ୍ଦର ।ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ବାରବାଟୀ ଦିନିକିଆ ମ୍ୟାଚ୍ ପାଇଁ ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲେ ଖେଳାଳି ।ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ କ୍ରିକେଟ ଦଳର ଖେଳାଳି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ କରାଯାଇଥିଲା ଭବ୍ୟ ସ୍ୱାଗତ । ଭୁବନେଶ୍ବରରେ ପହଞ୍ଚିବା ପରେ ହୋଟେଲ୍ ଅଭିମୁଖେ ବାହାରିଥିଲେ ୨ଟି ଟିମ୍‌ର ଖେଳାଳି ।୨ଟି ବସ୍‌ରେ ହୋଟେଲରେ ପହଞ୍ଚିଥିଲେ ଭାରତ ଓ ଇଂଲଣ୍ଡ ଟିମ୍‌ର ଖେଳାଳି  । ବିମାନ ବନ୍ଦରରେ ଟିମ୍‌ ଇଣ୍ଡିଆ ଖେଳାଳି ପହଞ୍ଚିବା ପରେ ସେମାନଙ୍କୁ ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ ଦେଖିବା ପାଇଁ ମିଳିଥିଲା ।କେବଳ ବିମାନବନ୍ଦର ନୁହେଁ ହୋଟେଲ ବାହାରେ ମଧ୍ୟ ବହୁ କ୍ରିକେଟ୍‌ ଫ୍ୟାନ୍‌ ଖେଳାଳିଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!