ନୂଆଦିଲ୍ଲୀ୍,୧୧ା୨: ୪ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଫ୍ରାନ୍ସରେ ପହଞ୍ଚତ୍ଛନ୍ତି। ତାଙ୍କୁ ପ୍ୟାରିସ୍ରେ ଭାରତୀୟ ବଂଶୋଦ୍ଭବମାନେ ସ୍ବାଗତ କରିଛନ୍ତି। ଏଆଇ ଆକ୍ସନ ସମିଟ୍ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁଙ୍କ ସହ ମୋଦି ସହଅଧ୍ୟକ୍ଷତା କରିବେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଦେଶର ନେତା, ସିଇଓ ଏବଂ ବୈଜ୍ଞାନିକ ଯୋଗଦେବେ। ଏଥିରେ ସାମିଲ ହେବାକୁ ଥିବା ଅନ୍ୟ ହାଇପ୍ରୋଫାଇଲ ବ୍ୟକ୍ତିତ୍ୱ ହେଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଚାଇନା ଉପପ୍ରଧାନମନ୍ତ୍ରୀ ଝାଙ୍ଗ୍ ଗୁଓକିଙ୍ଗ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଆମେରିକା ଉପରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏନ୍ ମାକ୍ରନଙ୍କ ସହ ମୋଦି ଏଆଇ ଆକ୍ସନ ଶିଖର ସମ୍ମିଳନୀର ତୃତୀୟ ସଂସ୍କରଣରେ ସହ ଅଧ୍ୟକ୍ଷତା କରିବେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସରେ ପହଞ୍ଚିଛନ୍ତି । ସେଠାରେ ମୋଦିଙ୍କୁ ଏଲିସି ପ୍ୟାଲେସରେ ଭବ୍ୟ ସ୍ଵାଗତ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରନ । ଏଲିସି ପ୍ୟାଲେସରେ ମୋଦି ରାତ୍ରୀଭୋଜନ କରିବା ସହ ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କ ମଜଭୁତ୍ ନେଇ ଆଲୋଚନା କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |