ନୂଆଦିଲ୍ଲୀ୍,୧୧ା୨:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତିନିଟିକିଆ ୱାନଡେ ସିରିଜର ଶେଷ ମୁକାବିଲା ୧୨ ଫେବୃଆରୀ, ବୁଧବାର ଦିନ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।ସିରିଜର ଦ୍ୱିତୀୟ ମୁକାବିଲା କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଦିନ ଥିଲା। ବର୍ତ୍ତମାନ ଟିମ୍ କଟକରୁ ଅହମଦାବାଦରେ ପହଞ୍ଚି ସାରିଛି। ଭାରତୀୟ ଖେଳାଳିମାନଙ୍କର ଅହମଦାବାଦରେ ପହଞ୍ଚିବାର ଫଟୋ ବିସିସିଆଇ ମାଧ୍ୟମରେ ସୋସିଆଲ ମିଡିଆରେ ସେୟାର କରାଯାଇଛି।ସିରିଜର ଦୁଇଟି ମୁକାବିଲାରେ ବିଜୟ ହାସଲ କରି ଟିମ ଇଣ୍ଡିଆ ସିରିଜରେ ୨-୦ର ଅଗ୍ରଣୀ ହାସଲ କରିସାରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |