ଭୁବନେଶ୍ବର,୧୧।୨:ସୁନାଦର ଆକାଶ ଛୁଆଁ। ପ୍ରତିଦିନ ସୁନା ଦରରେ ବୃଦ୍ଧି ଘଟୁଛି। ଯାହା ଲାଗୁଛି ଖୁବଶୀଘ୍ର ଏହା ଲକ୍ଷେ ଟପିଯିବ। ଏହାରି ଭିତରେ ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ସୁନାଦର । ଆଜି ଭୁବନେଶ୍ବରରେ୨୪ କ୍ୟାରେଟ ସୁନାଦର ୮୭ ହଜାର ୯୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାଦର ୮୦ ହଜାର ଟପିଛି। ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୦ ହଜାର ୬୦୦ ଟଙ୍କାରେ ପହଞ୍ଚିଛି।ମୁଣ୍ଡରେ ହାତ ଦେଇ ବସିଛନ୍ତି ଗ୍ରାହକ। ଗତ କିଛି ଦିନ ମଧ୍ୟରେ ଲଗାତର ଭାବେ ବଢିଚାଲିଛି ସୁନାର ମୂଲ୍ୟ। ମଙ୍ଗଳବାର ଦେଶରେ ସର୍ବକାଳୀନ ରେକର୍ଡ଼ ଭାଙ୍ଗିଛି ସୁନାଦର। ୨୪ କ୍ୟାରେଟ୍ ସୁନା ଦାମ୍ ୮୭୦ ଟଙ୍କା ବୃଦ୍ଧି ପାଇଥିବାବେଳେ ୨୨ କ୍ୟାରେଟ୍ ସୁନା ୮୦୦ ଟଙ୍କା ବଢିଛି। ଆଜି ୨୪ କ୍ୟାରେଟ୍ ସୁନା ଦାମ୍ ୮୭ ହଜାର ୯୩୦ ଟଙ୍କାରେ ପହଞ୍ଚିଛି ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୦ ହଜାର ୬୦୦ ଟଙ୍କା ହୋଇଛି। ସେହିପରି ୧୮ କ୍ୟାରେଟ୍ ସୁନାର ମୂଲ୍ୟ ୬୫ ହଜାର ୯୫୦ ଟଙ୍କାରେ ପହଞ୍ଚିଛି, ଯାହା ସୋମବାର ୬୫ ହଜାର ୨୯୦ ଟଙ୍କା ଥିଲା। ଅପରପକ୍ଷେ, କିଲୋ ପ୍ରତି ୯୫ ହଜାର ୩୩୭ ଟଙ୍କାରେ ପହଞ୍ଚିଛି ରୂପା ଦର।ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ଅନୁଯାୟୀ, ଗତକାଲି ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ୨,୪୩୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ପିଛା ୮୮,୫୦୦ ଟଙ୍କାରେ ପହଞ୍ଚିଥିଲା।ରାଷ୍ଟ୍ରପତି ଟ୍ରମ୍ପଙ୍କ ସଦ୍ୟ ଘୋଷଣା ପରେ ସୁନାର ମୂଲ୍ୟ ବୃଦ୍ଧି ପାଇ ଏବେ ରେକର୍ଡ ସ୍ତରରେ ପହଞ୍ଚିଛି। ଏସୀୟ ବଜାରରେ, କମେକ୍ସ ରୂପା ଫ୍ୟୁଚର୍ସ ପ୍ରାୟ ୧ ପ୍ରତିଶତ ବୃଦ୍ଧି ପାଇ ୩୨.୭୬ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି। ଡଚ୍ ବହୁରାଷ୍ଟ୍ରୀୟ ING ବ୍ୟାଙ୍କର ଏକ ରିପୋର୍ଟ ଅନୁଯାୟୀ, ଏହି ବର୍ଷ ସୁନା ଅନେକ ନୂତନ ରେକର୍ଡ ଉଚ୍ଚତା ଛୁଇଁସାରିଛି। ସୁନା ଭଳି ମୂଲ୍ୟବାନ ଧାତୁର ମୂଲ୍ୟ ଚଳିତ ବର୍ଷ ଆହୁରି ରେକର୍ଡ ଛୁଇଁବ ଏବଂ ଏବେ ପ୍ରତି ଆଉନ୍ସ ୩୦୦୦ ଆମେରିକୀୟ ଡଲାର ଅତିକ୍ରମ କରିପାରେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |