ପୁରୀ,୧୧।୨: ପଞ୍ଜିକା ସମନ୍ୱୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକ ଶେଷ ହେଲା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଆଜି ପଞ୍ଜିକା ସମୀକରଣ ବୈଠକ ଶେଷ ହୋଇଛି। ନିର୍ଭୁଲ ଓ ତ୍ରୁଟିବିହୀନ ପଞ୍ଜିକା ଉପରେ ଗୁରୁତ୍ୱ ଦିଆଯାଇଛି। ଆଜିର ବୈଠକରେ ୫ଟି ପଞ୍ଜିକା ପ୍ରକାଶକ ଯୋଗଦାନ କରିଥିଲେ। ବାର୍ଷିକ ପର୍ବପର୍ବାଣି ଅନୁମୋଦିତ ହୋଇଛି। କୌଣସି ଦ୍ୱନ୍ଦ ରହିବ ନାହିଁ। ଶ୍ରୀମନ୍ଦିରର ପ୍ରଚଳିତ ପର୍ବପର୍ବାଣି ତିଥିକୁ ନେଇ କୌଣସି ତାରତମ୍ୟ ରହିବ ନାହିଁ ବୋଲି କୁହାଯାଇଛି। ଭୁଲ ରହିଲେ ଶ୍ରୀମନ୍ଦିର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧକ୍ଷତାରେ ଏକ ସବକମିଟି ଗଠନ କରାଯାଇଛି। ୫ ପାଞ୍ଜିକା ପାଣ୍ଡୁଲିପି ଦାଖଲ କରିଛନ୍ତି। ପାଞ୍ଚଟି ହେଲା ରାଧାରମଣ, କୋହିନୁର, ଅରୁଣଦୋୟ, ଜିଏନ ତ୍ରିପାଠୀ, ଭାଗ୍ୟଦୀପ। ସମସ୍ତ ଜନସାଧାରଣ ଏହି ପାଞ୍ଚୋଟି ପଞ୍ଜିକାକୁ ଗ୍ରହଣ କରିବେବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବୈଠକରେ ପୂର୍ଣ୍ନାଙ୍ଗ ସହମତି ହୋଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |