ଜମ୍ମୁର ଅଖନୁରରେ LoC ନିକଟରେ ଆଇଇଡି ବିସ୍ଫୋରଣ

ନୂଆଦିଲ୍ଲୀ,୧୧।୨: ଜମ୍ମୁର ଅଖନୁର ସେକ୍ଟରରେ ଆଇଇଡି (ଇମ୍ପ୍ରୋଭାଇଜଡ୍‌ ଏକ୍ସପ୍ଲୋସିଭ ଡିଭାଇସ୍‌) ବିସ୍ଫୋରଣରେ ୨ ସୈନିକ ଶହୀଦ ହୋଇଛନ୍ତି। ଲାଲେଲିର ସୀମାରେଖା ନିକଟରେ ଏକ ସର୍ଚ୍ଚ ଅପରେଶନ ଚାଲିଥିବା ସମୟରେ ଏହି ବିସ୍ଫୋରଣ ଘଟିଛି। ଏବେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଥିବା ହ୍ବାଇଟ ନାଇଟ୍‌ କର୍ପସ କହିଛନ୍ତି।ଜାମ୍ମୁ କାଶ୍ମୀରର ଅଖନୁରରେ ମଙ୍ଗଳବାର ଏକ ଆତଙ୍କବାଦୀ ଆକ୍ରମଣରେ ସେନାର ଦୁଇ ଯବାନ ସହିଦ ହୋଇଛନ୍ତି । ଏଲ୍‌ଓସି ନିକଟରେ ଅଖୁନର ସେକ୍ଟରରେ ହୋଇଥିବା ଆଇଇଡି ବିସ୍ଫୋରଣରେ ତିନି ଜଣ ଯବାନ ଆହତ ହୋଇଥିଲେ । ହସ୍ପିଟାଲରେ ଚିକିତ୍ସିତ ହେବା ବେଳେ ଦୁଇ ଯବାନ ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ ଯବାନମାନେ ନିୟନ୍ତ୍ରଣ ରେଖାରେ ଫେନ୍ସ ପାଟ୍ରୋଲିଂରେ ମୁତୟନ ଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅଭିଯାନ ଜାରି ରହିଥିବା ସେନା ପକ୍ଷରୁ କୁହାଯାଇଛି ।ନଗରୋଟା ସ୍ଥିତ ହ୍ୱାଇଟ୍ ନାଇଟ୍ କୋର୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆକ୍ରମଣ କଥାକୁ ସ୍ପଷ୍ଟ କରିଛି । ସେନା ପକ୍ଷରୁ ଲେଖାଯାଇଛି, ‘ହ୍ୱାଇଟ୍ ନାଇଟ୍ କୋର୍ ଦୁଇ ବୀର ସୈନିକଙ୍କ ସର୍ବୋଚ୍ଚ ବଳିଦାନକୁ ସଲାମ କରୁଛି ଓ ଶ୍ରଦ୍ଧାଞ୍ଜଳି ଜଣାଉଛି ।’ଏହାର ଗୋଟିଏ ଦିନ ପୂର୍ବରୁ ସୋମବାର ରାଜୌରି ଜିଲ୍ଲୀରେ ନିୟନ୍ତ୍ରଣ ରେଖା (ଏଲଓସି)ରେ ଗୁଳିମାଡ଼ ବେଳେ ସେନାର ଜଣେ ଯବାନ ଆହତ ହୋଇଥିଲେ । ଯବାନ ଜଣକ ନୌସେରା ସେକ୍ଟର କଲାଲ ଅଞ୍ଚଳରେ ଫରୱାର୍ଡ ପୋଷ୍ଟରେ ମୁତୟନ ଥିବା ବେଳେ ଏହି ଗୁଳିମାଡ଼ ହୋଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ ଅପରାହ୍ଣ ପ୍ରାୟ ୨.୪୦ ମିନିଟରେ ସୀମା ଆରପଟୁ ଗୁଳି ଆସିଥିଲା ।ସୋମବାର ହିଁ ହ୍ୱାଇଟ୍ ନାଇଟ୍ କୋରର ଜେନେରାଲ ଅଫିସର କମାଣ୍ଡିଂ ଏବଂ ଲେଫ୍ଟିନାଣ୍ଟ ଜେନେରାଲ ନବୀନ ସଚଦେବା ରାଜୌରୀ ଜିଲ୍ଲାରେ ଏଲଓସି ଆରପଟୁ ହେଉଥିବା ଆତଙ୍କବାଦୀ ଗତିବିଧିର ସମୀକ୍ଷା କରିଥିଲେ । ଏଲଓସି ଆରପଟେ ଲଞ୍ଚ୍ ପ୍ୟାଡ୍‌ରେ ପ୍ରାୟ ୧୦୦ ଅତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ଏଜେନ୍ସି ଆଶଂକା ପ୍ରକାଶ କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!