ଡ଼ାବୁଗାଁ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର (ମିହିର ଶଙ୍କର ପାତ୍ର ) ,୧୨ା୨: ଡାବୁଗାଁ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଅନୁକୂଲ୍ୟ ରେ ଧନ୍ଦାମୂଳକ ଶିକ୍ଷା ୨୦୧୬ ମସିହା ରୁ ଆରମ୍ଭ ହୋଇଅଛି। ଏହାରି ମାଧ୍ୟମ ରେ ସୂଚନା ପ୍ରଯୁକ୍ତିବିଦ୍ୟା ଓ ରିଟେଲ ଦୁଇ ଟି ବିଷୟରେ ଶିକ୍ଷା ଦାନ କରାଯାଉଛି। ପ୍ରଯୁକ୍ତିବିଦ୍ୟା ବିଷୟରରେ ଇଣ୍ଡଷ୍ଟ୍ରି ଭିଜିଟ କରାଯାଇଥିଲା। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ର ନବମ ଓ ଦଶମ ଶ୍ରେଣୀ ର ୮୦ ଜଣ ଛାତ୍ରଛାତ୍ରୀ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର, ଡ଼ାବୁଗାଁ କୁ ଯାଇଥିଲେ। ଏଠାରେ ପିଲାମାନେ ଏକ୍ସରେ, ରକ୍ତ ପରୀକ୍ଷଣ, ରକ୍ତଚାପ ସର୍କରା, ECG, ଦାନ୍ତ ଚିକିତ୍ସା ଇତ୍ୟାଦି କାର୍ଯ୍ୟ ରେ ଥିବା ଡାକ୍ତର ଙ୍କ ସହ ଆଲୋଚନା କରିଥିଲେ।କାର୍ଯ୍ୟ ରେ ଥିବା ଡାକ୍ତର ଡା. ଶୁଭାଶିଷ ସାହୁ ଓ ତାଙ୍କ ସହକର୍ମୀ ଙ୍କ ସହିତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ IT ଶିକ୍ଷକ ଶେଖର ଚନ୍ଦ୍ର ସାହୁ , ହିନ୍ଦୀ ଶିକ୍ଷକ ରମାକାନ୍ତ ଲେଙ୍କା, ବିଜ୍ଞାନ ଶିକ୍ଷୟତ୍ରୀ ଇତିଶ୍ରୀ ବର୍ଷାରାଣୀ ରାଉତ ଓ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଡ଼ାବୁଗାଁ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ। ଏହି ଅବସରରେ ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ରୟ ପ୍ରକାଶ କହିଛନ୍ତି ଯେ ଧନ୍ଦାମୂଳକ ଶିକ୍ଷା ବର୍ତ୍ତମାନ ସମୟ ରେ ସରକାର ଙ୍କର ମୁଖ୍ୟ ଆକର୍ଷଣ ରେ ରହିଅଛି ଏବଂ ଏହା ଦ୍ୱାରା ପିଲାମାନଙ୍କର ଭବିଷ୍ୟତ ମଧ୍ୟ୍ୟ ଉଜ୍ୱଳ ରହିଅଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!