ସଂସଦରେ ନୂଆ ଆୟକର ବିଲ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଆଜି ୧୩ ଫେବୃୟାରୀରେ ଲୋକସଭାରେ ନୂଆ ଆୟକର ବିଧେୟକ ଆଗତ ହୋଇଛି । ୬୨୨ ପୃଷ୍ଠା ବିଶିଷ୍ଟ ଏହି ବିଧେୟକ ୬ ଦଶକ ପୁରୁଣା ଆୟକର ଆକ୍ଟ ୧୯୬୧ ବଦଳରେ ଲାଗୁ ହେବ । ପ୍ରସ୍ତାବିତ ଆଇନକୁ ଆୟକର ଅଧିନିୟମ ୨୦୨୫ କୁହାଯିବ ଏବଂ ଏହା ଏପ୍ରିଲ ୨୦୨୬ରୁ ଲାଗୁ ହେବା ଆଶା କରାଯାଉଛି ।ପୂର୍ବରୁ ୭ ଫେବୃଆରୀ ୨୦୨୫ରେ, କେନ୍ଦ୍ର କ୍ୟାବିନେଟ୍ ଏହି ବିଲକୁ ଅନୁମୋଦନ କରିଥିଲା । ଏହି ନୂଆ ବିଲ୍ ପ୍ରାୟ ୬୦ ବର୍ଷ ପୁରୁଣା ଆୟକର ଆଇନକୁ ବଦଳାଇବ ଏବଂ ଟିକସ ବ୍ୟବସ୍ଥାକୁ ସରଳ, ସ୍ୱଚ୍ଛ ଏବଂ ଅଧିକ ପ୍ରଭାବଶାଳୀ କରିବ ।ବିଧେୟକରେ ପୃଷ୍ଠା ୮୨୩ଠୁ ହ୍ରାସ ପାଇ ୬୨୨ ରହିଯାଇଛି । ତେବେ ଚାପ୍ଟର ସଂଖ୍ୟା ୨୩ ରହିଛି । ସେକ୍ସନ ୨୯୮ରୁ ବୃଦ୍ଧି ପାଇ ୫୩୬ କରିଦିଆଯାଇଛି । ପୂର୍ବରୁ ବଜେଟରେ ଆୟକରକୁ ନେଇ ବଡ ଆଶ୍ବସ୍ତି ଦିଆଯାଇଥିଲା । ନୂଆ ନିୟମ ଅନୁସାରେ ଏଣିକି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ କୌଣସି କର ଦେବାକୁ ପଡିବନାହିଁ ।ନୂଆ ଆୟକର ବିଧେୟକକୁ ଶୁକ୍ରବାର କ୍ୟାବିନେଟ୍ ମଞ୍ଜୁରି ଦେଇଥିଲା । ଲୋକସଭାରେ ଆଗତ ହେବା ପରେ ଏହାକୁ ସଂସଦୀୟ ସମିତି ନିକଟକୁ ପଠାଯିବ । ସମିତି ସୁପାରିଶ ଦେବା ପରେ ପୁଣି ସରକାର କ୍ୟାବିନେଟ୍ ମାଧ୍ୟମରେ ଏଥିରେ ନିଷ୍ପତ୍ତି ନେବେ କି ଏହି ସଂଶୋଧନକୁ ସାମିଲ କରିବା ଜରୁରି କି ନାହିଁ । ଏହା ପରେ ବିଧେୟକ ସଂସଦକୁ ପୁଣି ଆସିବ ଏବଂ ସରକାର ଏହାକୁ ଲାଗୁ କରିବାର ତାରିଖ ଉପରେ ନିଷ୍ପତ୍ତି ନେବେ । ସରକାର ଅନେକ ବର୍ଷ ହେବ ଆୟକର ବିଧେୟକକୁ ସହଜ କରିବା ପାଇଁ ଚେଷ୍ଟା କରୁଥିଲେ । ଏଥିପାଇଁ ୨୦୧୮ରେ ଏକ ସ୍ବତନ୍ତ୍ର ଦଳ ମଧ୍ୟ ଗଠନ ହୋଇଥିଲା ଯାହା ୨୦୧୯ରେ ନିଜ ରିପୋର୍ଟ ପ୍ରଦାନ କରିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!