ନୂଆଦିଲ୍ଲୀ,୧୪/୦୨: ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ପରେନ୍ଦ୍ର ମୋଦି । ଉଭୟଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ଆଲୋଚନା ହୋଇଛି। ଟ୍ରେଡ, ପ୍ରତିରକ୍ଷା ଓ ଆତଙ୍କବାଦ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୁଇ ନେତା କଥାବାର୍ତ୍ତା ହୋଇଛନ୍ତି। ଆଲୋଚନା ପରେ ପ୍ରେସ କନଫ୍ରେନ୍ସରେ ମୋଦି କହିଛନ୍ତି ଆମେ ମିଳିତ ଭାବେ ବିଶ୍ୱର ହିତ ଲାଗି କାମ କରିବୁ। ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମୋଦି କହିଛନ୍ତି ଭାରତ ଶାନ୍ତିର ପକ୍ଷଧାର, ଯୁଦ୍ଧ.. ସମସ୍ୟାର ସମାଧାନ ନୁହେଁ। ଯୁଦ୍ଧ ଶେଷ ଲାଗି ଟ୍ରମ୍ପଙ୍କ ପ୍ରୟାସକୁ ଭାରତ ସମର୍ଥନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ ବୈଠକ ସମୟରେ ଯୁକ୍ତରାଷ୍ଟ୍ର ଭାରତକୁ ଏଫ-୩୫ ଲାଇଟନିଂ-୨ ଲଢ଼ୁଆ ବିମାନ ଯୋଗାଇବା ପାଇଁ ଏକ ଐତିହାସିକ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ନୂଆଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ଆଗ୍ରହ ସୃଷ୍ଟି କରିଛି, କାରଣ ଏଫ-୩୫ କୁ ବିଶ୍ୱର ସବୁଠାରୁ ଘାତକ, ଦୃଢ ଏବଂ ସଂଯୁକ୍ତ ଲଢ଼ୁଆ ବିମାନ ଭାବରେ ବିବେଚନା କରାଯାଏ।ସେପଟେ ଟ୍ରମ୍ପ କହିଲେ ଆମେ ଯୁଦ୍ଧ ଶେଷ କରିବାକୁ ଚାହୁଁଛୁ। ଏହା ସହିତ ଭାରତ ଆମେରିକାଠାରୁ ତେଲ ଓ ଗ୍ୟାସ କିଣିବ ବୋଲି ଟ୍ରମ୍ପ କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରକାରୀ ତହବୁର ରାଣାକୁ ଭାରତ ପ୍ରତ୍ୟାବର୍ତ୍ତନ କରାଯିବ।ସେହିପରି ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ଦ୍ୱୀପାକ୍ଷିକ ବ୍ୟପାର ଦୁଇଗୁଣାରୁ ଅଧିକ ହୋଇ ୫୦୦ ବିଲିୟନ ଡଲାର ଯାଏଁ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହିତ ପିଏମ ମୋଦି ଆହୁରି କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ଲକ୍ଷ୍ୟ ମେକ୍ ଆମେରିକା ଗ୍ରେଟ୍ ଏଗେନ ସମ୍ପର୍କରେ ସମସ୍ତେ ଅବଗତ। ସେହିପରି ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଓ ସମୃଦ୍ଧ କରିବା ଲାଗି ଦ୍ରୁତ ଗତିରେ କାମ ଚାଲିଛି। ଆମେରିକା ଭାଷାରେ ଏହାର ଅର୍ଥ ହେଉଛି ମେକ୍ ଇଣ୍ଡିଆ ଗ୍ରେଟ୍ ଏଗେନ।ଏହି ଅବସରରେ ଡୋନାଲ୍ଡ ଟ୍ରମ୍ପ ଅନେକ ଗୁଡିଏ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ଟ୍ରମ୍ଫ ଆମେରିକାର ଶାସନ ଭାର ସମ୍ଭାଳିବା ପରେ ମୋଦି ବିଶ୍ବର ଚତୁର୍ଥ ରାଷ୍ଟ୍ର ମୁଖ୍ୟ ଯିଏ ସରକାରୀ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଏହାପୂର୍ବରୁ ସେ ଇସ୍ରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ, ଜାପାନର ଶିଗେରୁ ଇଶିବା, ଜୋର୍ଦ୍ଦାନ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ ଭେଟିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |