ନୂଆଦିଲ୍ଲୀ,,୧୬।୨ : ମାର୍ଚ୍ଚ ୨୨ ତାରିଖରୁ ଆଇପିଏଲ୍ ଆରମ୍ଭ ହେବ । ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ମେ ୨୫ ଯାଏଁ ଆଇପିଏଲ୍ ଚାଲିବ । କୋଲକାତା-ବେଙ୍ଗଲୁରୁ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ । ମେ ୨୫ରେ ଇଡେନ୍ ଗାର୍ଡେନରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ମେ ୨୦ରେ କ୍ବାଲିଫାୟର-୧, ୨୧ରେ ଏଲିମିନେଟର ମ୍ୟାଚର କାର୍ଯ୍ୟକ୍ରମ ରହିଛି । ସମୁଦାୟ ୧୩ଟି ଭେନ୍ୟୁରେ ମୋଟ ୭୪ଟି ମ୍ୟାଚ ଅନୁଷ୍ଠିତ ହେବ ।ଇପିଏଲ୍ ୨୦୨୫ର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୨ତାରିଖରେ ଇଡେନ୍ ଗାର୍ଡେନ୍ ରେ ଖେଳାଯିବ ଏବଂ ୧୮ତମ ସିଜନର ଫାଇନାଲ୍ ମଧ୍ୟ ମେ’ ୨୫ତାରିଖରେ ଇଡେନ୍ ଗାର୍ଡେନରେ ଖେଳାଯିବ। ମାର୍ଚ୍ଚ ୨୩ରେ ଆଇପିଏଲର ଦୁଇ ବଡ଼ ଦଳ ଚେନ୍ନାଇ ସୁପରକିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଏଥର ଆଇପିଏଲରେ ୧୩ଟି ସହରର ୧୦ଟି ଦଳ ମଧ୍ୟରେ ନକଆଉଟ୍ କିମ୍ବା ପ୍ଲେଅଫ୍ ମ୍ୟାଚକୁ ମିଶାଇ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ମାର୍ଚ୍ଚ ୨୨ରୁ ମେ ୧୮ ମଧ୍ୟରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ।ଆଇପିଏଲର ୧୮ତମ ସଂସ୍କରଣ ପାଇଁ ମୋଟ ୧୩ଟି ସହରରେ ମ୍ୟାଚ୍ ଆୟୋଜନ କରାଯିବ। ଆଇପିଏଲ୍ ୨୦୨୫ ର ମ୍ୟାଚ୍ ଲକ୍ଷ୍ନୌ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ଅହମ୍ମଦାବାଦ, ବିଶାଖାପାଟଣା, ଗୌହାଟୀ, ବେଙ୍ଗାଲୁରୁ, ନ୍ୟୁ ଚଣ୍ଡିଗଡ଼, ଜୟପୁର, ଦିଲ୍ଲୀ, କୋଲକାତା ଏବଂ ଧର୍ମଶାଳାରେ ଖେଳାଯିବ। ଆଇପିଏଲ୍ ୨୦୨୫ରେ ମୋଟ ୧୨ଟି ଡବଲ୍ ହେଡର୍ ମ୍ୟାଚ୍ ଖେଳାଯିବ, ଅର୍ଥାତ୍ ଗୋଟିଏ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |