ଭୁବନେଶ୍ଵର,୧୬।୨: ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି କଂଗ୍ରେସର ସଂକଳ୍ପ ପଦଯାତ୍ରା। ଭୁବନେଶ୍ୱର ବିମାନବନ୍ଦରରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଲିଙ୍ଗିପୁର ପର୍ଯ୍ୟନ୍ତ ଯିବ। ଏହାପରେ ଲିଙ୍ଗିପୁରରୁ ପିପିଲି ଚନ୍ଦନପୁର ଦେଇ ପୁରୀ ପର୍ଯ୍ୟନ୍ତ ଏହି ପଦଯାତ୍ରା କରାଯିବ। ଫେବୃଆରୀ ୨୦ ତାରିଖ ଯାଏଁ ଚାଲିବ କଂଗ୍ରେର ଏହି ସଂକଳ୍ପ ପଦଯାତ୍ରା। ସଫଳ ଓଡ଼ିଶାର ରୂପାୟନ ସହ ଓଡ଼ିଶାର ଉନ୍ନତି କାମନା କରି ଏହି ପଦଯାତ୍ରା କରାଯାଉଥିବା ଦଳ ପକ୍ଷରୁ କୁହାଯାଇଛି। ଏଥିରେ ସାମିଲ ହେବେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ। ପଦଯାତ୍ରାରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ନିବେଦନ କରିଛନ୍ତି ପିସିସି ସଭାପତି। ଆସନ୍ତା ୨୦ରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ନିକଟରେ ସଂକଳ୍ପ ନେବ ଦଳ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |