ଡାବୁଗାଁ ସତସଙ୍ଗ ବିହାର ଠାରେ ଠାକୁର ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ମହୋତ୍ସବ ପାଳିତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୧୬।୨:-ଡାବୁଗାଁ ବ୍ଲକ ସ୍ଥିତ ସତସଙ୍ଗ ବିହାର ଠାରେ ଶ୍ରୀ ଶ୍ରୀ ଠାକୁର ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ମହୋତ୍ସବ ପାଳିତ ହୋଇଯାଇଛି । ରୀତିକ ବନମାଳୀ ସାହୁଙ୍କ ଅଧକ୍ଷତା ରେ ଆୟୋଜିତ ଏହି ଜନ୍ମ ମହୋତ୍ସବ ରେ ପ୍ରଥମେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ରଥକୁ ସଂକୀର୍ତ୍ତନ କରାଯାଇ ବନ୍ଦେ ପୁରୁସତମ ଧାନୀରେ ନଗର ପରିକ୍ରମା କରିଥିଲେ । ଏହି ସଂକୀର୍ତ୍ତନ ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଶତାଧିକ ଭକ୍ତ ଯୋଗ ଦେଇଥିଲେ । ଡାବୁଗାଁ ସତସଙ୍ଗ ବିହାର ଠାରେ ସତସଙ୍ଗ ଓ ଆନନ୍ଦ ବଜାରର ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରିତିକ ମାନେ ଯଥା ନବରଙ୍ଗପୁର ଠାରୁ ଧୀରେନ୍ଦ୍ର ସାହୁ, ପ୍ରଦୀପ ଦାସ, ସର୍ବେଶ୍ୱର ଦଳେଇ, ବ୍ରହ୍ମପୁରରୁ ବସନ୍ତ ଦାସ ଓ ଜଗଦଳପୁରରୁ ଶଙ୍କର ପାଳ ପ୍ରମ୍ମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିତିକ କମଳ କାନ୍ତ ସାହୁ, ରଞ୍ଜିତ ଘଡେଇ, ପ୍ରଫୁଲ କୁମାର ପଟ୍ଟନାୟକ,ଗିରିଧାରୀ ସାହୁ, ବିବେକ ବେହେରା ସହ ସ୍ଥାନୀୟ ମାତୃମଣ୍ଡଳୀ ଉପସ୍ଥିତ ଥିଲେ । ଆଜିର ଏହି ଜନ୍ମ ମହୋତ୍ସବ ରେ ୧୫୦୦ ରୁ ଉର୍ଦ୍ଧ୍ବ ଭକ୍ତ ଯୋଗ ଦେଇଥିଲେ । ଏହି ୧୩୭ ତମ ଜନ୍ମ ମହୋତ୍ସବ ରେ ପ୍ରଥମେ ମାଙ୍ଗଳିକ କାର୍ଯ୍ୟ,ଉଷା କୀର୍ତ୍ତନ, ସଂଗୀତାଞ୍ଜଳି, ନଗର ପରିକ୍ରମା, ସାଧାରଣ ସଭା ,ପ୍ରସାଦ ସେବନ ଏବଂ ସନ୍ଧ୍ୟା ବିନତି କରା ଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!