୪ ଲେନ ହେବ ରାଜ୍ୟ ରାଜପଥ

ଭୁବନେଶ୍ୱର,୧୭।୨:ରାଜ୍ୟରେ ଥିବା ସମସ୍ତ ରାଜ୍ୟ ରାଜପଥଗୁଡ଼ିକୁ ୪ ଲେନ୍‌ ବିଶିଷ୍ଟ କରାଯିବ। ଏହା ସହିତ ନୂଆ କରି ୩ ହଜାର କିଲୋମିଟର ରାସ୍ତା ନିର୍ମାଣ ହେବ। ଏଥିପାଇଁ ୬ ହଜାର ୫୦୨ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ ସମୟରେ ସୂଚନା ଦେଇଛନ୍ତି। ସେହିପରି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନଏଚଏଆଇ) ଭଳି ଓଡ଼ିଶା ରାଜ୍ୟ ପ୍ରାଧିକରଣ ସଡ଼କ ସଂସ୍ଥା ଗଠନ କରାଯିବ। ଗ୍ରାମୀଣ ପରିବହନ ବ୍ୟବସ୍ଥା ଲାଗି ମୁଖ୍ୟମନ୍ତ୍ରୀ ପରିବହନ ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନା ପାଇଁ ୧ ହଜାର ୮୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।ସମୃଦ୍ଧି, ଅଭିବୃଦ୍ଧି, ରୋଜଗାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । କେନ୍ଦ୍ର ସରକାରଙ୍କ ଠାରୁ ସୁଧମୁକ୍ତ ୫୦ ହଜାର କୋଟି ଋଣ ମିଳିଥିବା କହିଛନ୍ତି ମୋହନ ମାଝୀ ।ଭୁବନେଶ୍ବରରେ ଯାନବାହାନ ଭିଡ଼ ରୋକିବାକୁ ୧୩ ହଜାର କୋଟି ଖର୍ଚ୍ଚ ହେବ । ରାଜ୍ୟ ରାଜପଥକୁ ୪ ଲେନ୍‌ କରିବାକୁ ନିଷ୍ପତ୍ତି ହୋଇଛି  ।ନୂଆ କରି ୩ ହଜାର କିମି ରାସ୍ତା ନିର୍ମାଣ କରାଯିବ  । ଏଥିପାଇଁ ୬ ହଜାର ୫୦୨ କୋଟି ଟଙ୍କା ବ୍ୟୟ କରାଯିବ  ।NHAI ପରି ଓଡ଼ିଶା ରାଜ୍ୟ ପ୍ରାଧିକରଣ ସଡ଼କ ସଂସ୍ଥା ଗଠନ ହେବ  । ଗ୍ରାମୀଣ ପରିବହନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ପରିବହନ ଯୋଜନା କାର୍ଯ୍ୟୟକାରୀ ହେବ ଏବଂ ଏଥିପାଇଁ ୧ ହଜାର ୮୫ କୋଟି ଖର୍ଚ୍ଚ ହେବ ।ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧୦୦୦୦ ଚାଳକଙ୍କୁ ତାଲିମ ଦେବେ । ମୁଖ୍ୟମନ୍ତ୍ରୀ ବସ୍‌ସେବା ଯୋଜନାରେ ସାଧାରଣ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ମହିଳା ଯାତ୍ରୀଙ୍କୁ ନେଇ ଚାଲିବ ସ୍ବତନ୍ତ୍ର ବସ୍‌।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!