ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ଅସମ୍ମାନଜନକ ବୋଲି କହିଛନ୍ତି ରାହୁଲ

ନୂଆଦିଲ୍ଲୀ,୧୮।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ପୋଷ୍ଟ ମାଧ୍ୟମରେ କେନ୍ଦ୍ର ସରକାର ନିର୍ବାଚନ କମିଶନରଙ୍କ ଚୟନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ କମିଶନର ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ପର୍କିତ କମିଟିର ବୈଠକ ସମୟରେ ସେ ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଏକ ଭିନ୍ନ ମତାମତ ନୋଟ ପ୍ରଦାନ କରିଥିଲେ। ଏହି ନୋଟରେ ରାହୁଲ ଗାନ୍ଧୀ ସ୍ପଷ୍ଟ ଭାବରେ କହିଛନ୍ତି , ନିର୍ବାଚନ କମିଶନରଙ୍କ ସ୍ବାଧୀନତା, ବିଶେଷକରି ନିର୍ବାଚନ କମିଶନର ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟା, ସରକାରୀ ହସ୍ତକ୍ଷେପରୁ ମୁକ୍ତ ହେବା ଉଚିତ୍‌।ମଧ୍ୟରାତ୍ରୀରେ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତି ଦେବା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ନୂଆ ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ମଧ୍ୟରାତ୍ରିରେ ତରବର ହୋଇ ନିଷ୍ପତ୍ତି ନେବା ନିହାତି ଅସମ୍ମାନଜନକ ଏବଂ ଅଶୋଭନୀୟ ବୋଲି ରାହୁଲ କହିଛନ୍ତି। ଏକ୍ସରେ ପୋଷ୍ଟ କରି ଏହି ସମାଲୋଚନା କରିଛନ୍ତି ରାହୁଲ। ନୂଆ ମୁଖ୍ୟ ନିର୍ବାଚନ କମିଶନ ଚୟନ କମିଟିରେ ଥିବା ୩ ଜଣିଆ ସଦସ୍ୟଙ୍କ ଭିତରେ ରାହୁଲ ଗାନ୍ଧୀ ବି ଉପସ୍ଥିତ ଥିଲେ। ତେବେ ସୁପ୍ରିମକୋର୍ଟ ନିର୍ଦ୍ଦେଶର ଉଲ୍ଲଂଘନ କରି ଚୟନ କମିଟିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ସାମିଲ ନ କରିବାକୁ ନେଇ ମଧ୍ୟ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ତରବରିଆ ଭାବରେ ନିଆଯାଇଥିବା ଏହି ନିଷ୍ପତ୍ତି “ଆମର ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା” ଉପରେ କୋଟି କୋଟି ଭୋଟରଙ୍କ ଚିନ୍ତାକୁ ବଢ଼ାଇ ଦେଇଛି ବୋଲି ସେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!