କରାଚୀ,୧୯।୦୨: ଆଜିଠାରୁ ଆଇସିସି ଚାମ୍ପିୟନ୍ସ ଟ୍ରଫିର ନବମ ସଂସ୍କରଣ ଆରମ୍ଭ ହେବ । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ କରାଚୀର ନ୍ୟାଶନାଲ ବ୍ୟାଙ୍କ କ୍ରିକେଟ ଆରେନାରେ ଅନୁଷ୍ଠିତ ହେବ ।ବୁଧବାରଠାରୁ ଆଇସିସି ଚମ୍ପିଆନ୍ସ ଟ୍ରଫି ପାକିସ୍ତାନ ଓ ୟୁଏଇରେ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯିବ। ବୁଧବାର ପ୍ରଥମ ମ୍ୟାଚ୍ ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ୨୦୧୭ରେ ଶେଷଥର ଚମ୍ପିଆନ୍ସ ଟ୍ରଫି ଖେଳା ଯାଇଥିବା ବେଳେ ପାକିସ୍ତାନ ଚମ୍ପିଆନ୍ ହୋଇଥିଲା। ଏହାର ୮ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ପ୍ରଥମ ୨ଟି ସଂସ୍କରଣରେ ଏହାର ନାମ ଆଇସିସି ନକ୍ଆଉଟ୍ ଟ୍ରଫି ଥିବା ବେଳେ ୨୦୦୨ରୁ ଏହା ଚମ୍ପିଆନ୍ସ ଟ୍ରଫି ନାମରେ ଖେଳାଯାଉଛି। ଏହାକୁ ମିନି ବିଶ୍ବକପ୍ ମଧ୍ୟ କୁହାଯାଏ। ୨୦୨୩ ଦିନିକିଆ ବିଶ୍ବକପ୍ର ମାନ୍ୟତା ଅନୁସାରେ ୮ଟି ଦଳ ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ଯାଉଛନ୍ତି। ମାର୍ଚ୍ଚ ୯ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ମ୍ୟାଚ୍ ଖେଳାଯିବ। ପାକିସ୍ତାନର କରାଚି, ଲାହୋର ଓ ରାୱଲପିଣ୍ଡିରେ ମ୍ୟାଚ୍ ଖେଳାଯିବ। ପାକିସ୍ତାନ ଯିବାକୁ ଭାରତୀୟ ଦଳକୁ ଅନୁମତି ନ ମିଳିବାରୁ ଚମ୍ପିଆନ୍ସ ଟ୍ରଫି ହାଇବ୍ରିଡ୍ ମଡେଲ୍ରେ ଖେଳାଯିବ। ଭାରତ ୩ଟିଯାକ ଲିଗ୍ ମ୍ୟାଚ୍ ଦୁବାଇରେ ଖେଳିବ। ଭାରତ ଯଦି ସେମିଫାଇନାଲ ଓ ଫାଇନାଲରେ ପହଞ୍ଚେଟ୍ଟ ଏହି ମ୍ୟାଚ୍ ମଧ୍ୟ ଦୁବାଇରେ ଖେଳାଯିବ। ଚମ୍ପିଆନ୍ସ ଟ୍ରଫିର ୮ ଦଳଙ୍କୁ ୨ଟି ଗ୍ରୁପ୍ରେ ରଖାଯାଇଛି। ଗ୍ରୁପ୍ ‘ଏ’ରେ ପାକିସ୍ତାନ, ଭାରତ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ରହିଛନ୍ତି। ଗ୍ରୁପ୍ ‘ବି’ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆଫ୍ଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ଟୁର୍ଣ୍ଣାମେଣ୍ଟର ୧୫ଟିଯାକ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ଣ ୨.୩୦ରୁ ଆରମ୍ଭ ହେବ।ଭାରତ ଏହାର ପ୍ରଥମ ମ୍ୟାଚ୍ ୨୦ ତାରିଖ ଅର୍ଥାତ୍ ୨୦ ତାରିଖରେ ଦୁବାଇରେ ବାଂଲାଦେଶକୁ ଭେଟିବ । ପ୍ରକିସ୍ତାନ ଏହି ପ୍ରତିଯୋଗିତାର ଆୟୋଜନ ହୋଇଥିବାବେଳେ ହାଇବ୍ରିଟ ମୋଡରେ ଭାରତ ଏହାର ସମସ୍ତ ମ୍ୟାଚ୍ ଦୁବାଇେରେ ଖେଳିବାକୁ ନିଷ୍ପତ୍ତି ନେଇଛି ।ଦୁଇ ପାରମ୍ପରିକ ପ୍ରତିଯୋଗୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୩ ତାରିଖରେ ମୁକାବିଲା ହେବ । ୧୯୯୬ ବିଶ୍ୱକପ ପରେ ପାକିସ୍ତାନ ପ୍ରଥମ ଥର ଆଇସିସି ଇଭେଣ୍ଟ ଆୟୋଜନର ଅଧିକାର ପାଇଛି ।ମୋଟ ୮ଟି ଦଳ ଏହି ମ୍ୟାଚରେ ଅଂଶଗ୍ରହଣ କରିବେ । ୨୦୧୭ରେ ଅନୁଷ୍ଠିତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ଚାମ୍ପିୟନ୍ସ ହୋଇଥିଲା ।ଭାରତ ଶେଷଥର ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାପ୍ଟେନସିରେ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ଆଜିର ମ୍ୟାଚ୍ ଅପରାହ୍ଣ ୨ଟା ୩୦ ମିନିଟରେ ଆରମ୍ଭ ହେବାର ଅଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |