୫୦ ହଜାର ଲାଞ୍ଚ ନେଉଥିଲେ, ଗିରଫ ହେଲେ କେନ୍ଦୁଝର ଉପଜିଲ୍ଲାପାଳ

କେନ୍ଦୁଝର ,୧୯।୨: ଜଣେ ବ୍ୟକ୍ତିଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ  କେନ୍ଦୁଝର ଉପଜିଲ୍ଲାପାଳ ଶରତ କୁମାର ଗିରିଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ଲାଞ୍ଚ ଦାବି କରିବା ଏବଂ ନେବା ସମୟରେ ଓଡିଶା ଭିଜିଲାନ୍ସ ଅଧିକାରୀମାନେ ଓଏଏସ୍-ଏ (ଏସ୍‌ବି), ଏଲଏ (ଜେନେରାଲ) ଏବଂ ଜମି ଅଧିଗ୍ରହଣ ପାଇଁ ସକ୍ଷମ ପ୍ରାଧିକରଣଙ୍କୁ ଗିରଫ କରିଛନ୍ତି।ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଡେପୁଟି କଲେକ୍ଟର। ଜମିଜମା ମାମଲାରେ କେନ୍ଦୁଝର ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବୁଧବାର ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି । ସେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରାପଡିଛନ୍ତି। ଭିଜିଲାନ୍ସ ଟିମ୍‌ ତାଙ୍କୁ ପଚରାଉଚରା କରୁଛି। ତାଙ୍କର କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ଟିମ୍‌ ଏକକାଳୀନ ଚଢାଉ ଜାରି ରଖିଛି।ସୂଚନା ଅନୁଯାୟୀ, ଚିତ୍ରସେନ ବ୍ରହ୍ମଙ୍କ ଠାରୁ ୫୦ ହଜାର ଟଙ୍କା ଲଞ୍ଚ ନେବାବେଳେ ଶରତ ଗିରି ଧରାପଡିଛନ୍ତି । ୨୦ ନମ୍ବର ଜାତୀୟ ରାଜପଥର ବନାଯୋଡି ଦେଇ ଯାଇଥିବା ୬ ଥାକିଆ ରାସ୍ତା (୬ ଲେନ ରାସ୍ତା) ପାଇଁ ଚିତ୍ରସେନ ବ୍ରହ୍ମଙ୍କର ଦେଢ଼ ଏକର ଜମି ପାଇଁ ସେ ୬ ଲକ୍ଷ ୯୬ ହଜାର ଟଙ୍କା କ୍ଷତିପୂରଣ ପାଇବାର ଥିଲା। ହେଲେ ଏହି ଟଙ୍କା ଦେବାକୁ ଶରତ ଗିରି ୧୦ ପ୍ରତିଶତ ହିସାବରେ ୭୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!