ଭୁବନେଶ୍ୱର, ୧୯।୨ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ରେଡ୍ ହୋଇଛି। ସିବିଆଇ ପକ୍ଷରୁ ଏହି ରେଡ ଚାଲିଛି । ରିକ୍ୟୁରମେଣ୍ଟ ସ୍କାମ ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ରେଡ କରୁଛି । ଏହି ରେଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଘୋଟାଲା ଅଭିଯୋଗ ପାଇବା ପରେ ସିବିଆଇର ଚଢାଉ। ବିନା କାଗଜପତ୍ର ଯାଞ୍ଚରେ ପାଞ୍ଚ ଜଣଙ୍କୁ ନିଯୁକ୍ତି ମିଳିଥିବା ଅଭିଯୋଗ ହୋଇଛି। ଏମ୍ସର ଏକାଡେମିକ ବିଲଡିଙ୍ଗର ତୃତୀୟ ମହଲାରେ ଥିବା ନିଯୁକ୍ତି ବିଭାଗରେ ଖୋଳତାଡ କରିଛି ସିବିଆଇ। ଫେକ ସାର୍ଟିଫିକେଟ ଦେଇ ପାଞ୍ଚଜଣ ଏମ୍ସରେ ଚାକିରି ପାଇଥିବା ଅଭିଯୋଗ ହୋଇଥିଲା। ଫେକ ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ନେଇ ସିବିଆଇରେ ଅଭିଯୋଗ ହୋଇଥିଲା। ଗତ କିଛିଦିନ ତଳେ ସାନିଟାରୀ ଇର୍ପେକ୍ଟର ପୋଷ୍ଟରେ ନିଯୁକ୍ତି ପାଇଥିଲେ ରାଜଶ୍ରୀ ପଣ୍ଡା ଓ ସଂଗ୍ରାମ ମିଶ୍ର। ସେହିଭଳି ଏମଆରଡି ଟେକନିସିଆନ ଭାବେ ନିଯୁକ୍ତି ପାଇଥିଲେ ସମ୍ବିତ ମିଶ୍ର ଓ ସାଇ ସାଗର କର। ସେହିଭଳି ଏଡିସିଏଲର ସ୍ମୃତି ସାଗର କରଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଥିଲା। ଭାରତ ସରକାରଙ୍କର ଏକ ନିଯୁକ୍ତି ସଂସ୍ଥା ଏହି ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ବାନ କରିଥିଲା। ଖବର ଅନୁଯାୟୀ, ୭୭୫ଟି ପୋଷ୍ଟର ଜାଲ ପ୍ରମାଣପତ୍ର ନେଇ ନିଯୁକ୍ତି କରାଯାଇଥିଲା । ଯାହାର ପ୍ରମାଣ ପାଇ ଚଢାଉ ହେଉଛି । ଏହିକ୍ରମରେ ବୁଧବାର ସିବିଆଇର ଏକ ଟିମ ଏମ୍ସରେ ଚଢାଉ କରିଥିଲା । ଏହି ଚଢାଉରେ ନିଯୁକ୍ତ ସ୍କାମର ମାଷ୍ଟରମାଇଣ୍ଡ ସ୍ମୁତିରଞ୍ଜନ କରଙ୍କୁ ହେପାଜତକୁ ସିବିଆଇ ନେଇଛି । ବାକି ଏହି ସ୍କାମରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ତଦନ୍ତ ଜୋରଦାର ହେଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |