ନିଆଳି, ୧୯।୨: ଡିମିରି ପଞ୍ଚାୟତ ନୋଦା ପ୍ରାଥମିକ ବିଦ୍ୟାଳୟରେ ବଡ଼ ଅଘଟଣ । ସ୍କୁଲ ପାଚେରି ପଡ଼ି ଜଣେ ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।କଟକ ନିଆଳିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ସ୍କୁଲ ପାଚେରୀ ଭୁଶୁଡ଼ି ଯାଇ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗୋବିନ୍ଦପୁର ଥାନା ନୋଦା ପ୍ରାଥମିକ ସ୍କୁଲରେ ଘଟିଛି ଏହି ଅଭାବନୀୟ ଘଟଣା।ମଧ୍ୟାହ୍ନ ଭୋଜନ ସମୟରେ ପାଚେରୀ ଭୁଶୁଡ଼ିଯାଇଥିଲା। ଏଥିରେ ଚାପି ହୋଇଥିଲେ ଏହି ଛାତ୍ର। ଏହାପରେ ସଙ୍ଗେ ସଙ୍ଗେ ଗୁରୁତର ଛାତ୍ରଙ୍କୁ କଟିକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକେ କସରଦା-ଅଡଶପୁର ରାସ୍ତା ଅବରୋଧ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |