ବିଧାନସଭା ଆରମ୍ଭରୁ ହୋହାଲ୍ଲା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର ,୧୯।୦୨ : ବିଧାନସଭା ବଜେଟ ଅଧିବେଶନ । ବୁଧବାର ଗୃହ ଆରମ୍ଭରୁ ହଟ୍ଟଗୋଳ ଏବଂ ହୋହାଲ୍ଲା । ଯାହାଫଳରେ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।ସେପଟେ  ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ବିଧାୟକଙ୍କ ପକ୍ଷରୁ ଧାରଣା ଦିଆଯାଇଛି । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ । ଗୃହରେ ବିଜେଡି ଓ କଂଗ୍ରେସ ସଭ୍ୟଙ୍କ ନାରାବାଜି ।ବାଚସ୍ପତି ପୋଡିୟମ ତଳେ ଜୋରଦାର ପ୍ରତିବାଦ କଲେ ବିରୋଧୀ ଓ କଂଗ୍ରେସ । ହଟ୍ଟଗୋଳ ଯୋଗୁ ଗୃହ ଅପରାହ୍ନ ୪ଟା ପଯ୍ୟନ୍ତ ମୁଲତବୀ ଘୋଷଣା ।ମିଶନ ଶକ୍ତି ପୂର୍ଣ୍ଣଗଠନ ପାଇଁ ସରକାର ଯେଉଁ ନିଷ୍ପତ୍ତି ସରକାର ନେଇଛନ୍ତି ତାକୁ ବିରୋଧ କରି ବିଜେଡି ବିଧାୟକମାନେ ପ୍ରତିବାଦ କରିଛନ୍ତି ।ଗୃହ ମୁଲତବୀ ପରେ ବିଧାନସଭା ଗାନ୍ଧୀ ମୂର୍ତ୍ତି ତଳେ ବସି ପ୍ରତିବାଦ କରିବେ ବୋଲି ବିରୋଧୀ କହିଛି ।ଭାରତୀୟ ଜନତା ପାର୍ଟି ସରକାର କୌଣସି କଥା ଶୁଣିବାକୁ ଚାହୁଁନାହାନ୍ତି । ମିଶନ ଶକ୍ତି ମହିଳା ୬ ଦିନ ଧରି ଧାରଣାରେ ବସିଛନ୍ତି । ଏ ସରକାର ଅନ୍ଧ-ମୁକ –ବଧିର ସରକାର । ସରକାର ମହିଳାଙ୍କ କଥା ଶୁଣୁ ନାହାନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!