ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର,୨୦।୨ : ଚଳିତ ମାସ ୨୬ ତାରିଖରେ ପାଳନ କରାଯିବ ଜାଗର ବା ମହାଶିବରାତ୍ରୀ । ଏଥିପାଇଁ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର ସହ ଅନ୍ୟାନ୍ୟ ଶୈବ ପୀଠରେ ପ୍ରସ୍ତୁତି ଜୋରଦାର କରାଯାଉଛି । ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶେଷ ହୋଇଛି ।
ରାତି ୧୦ଟାରେ ମହାଦୀପ ଉଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଭକ୍ତମାନେ କିଭଳି ଭାବେ ଶୃଙ୍ଖଳିତ ଦର୍ଶନ କରିବେ ଏବଂ ଦୀପ ଜାଳି ପାରିବେ ସେ ନେଇ ବ୍ୟାପକ ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଦର୍ଶନ ସୁପରିଚଳନା ପାଇଁ ୩୫ ପ୍ଲାଟୁନ ପୁଲିସ ଫୋର୍ସ ଓ ୨୦୦ରୁ ଊର୍ଦ୍ଧ୍ବ ଅଧିକାରୀ ନିୟୋଜିତ ହେବେ ବୋଲି ପୁଲିସ କମିଶନର କହିଛନ୍ତି। ଟ୍ରାଫିକ ନିୟନ୍ତ୍ର ପାଇଁ ମଧ୍ୟ ବ୍ୟବସ୍ଥା କରାଯିବା ସହ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!