ଭାରତ ଆଗରେ ୨୨୯ ରନର ବିଜୟ ଲକ୍ଷ୍ୟ

ଦୁବାଇ,୨୦।୨: ଦୁବାଇଠାରେ ଖେଳାଯାଉଥିବା ଚାମ୍ପିୟନ୍ସ ଟ୍ରଫିର ଏକ ଲିଗ ମ୍ୟାଚରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ବେ ନିଜର ସ୍ଥିତିକୁ ସୁଧାରି ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା ଓ ଭାରତ ଆଗରେ ୨୨୯ ରନର ଲକ୍ଷ୍ୟ ରଖିଛି ।  ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶକୁ ପ୍ରଥମ ଓଭରରୁ ଝଟକା ଲାଗିଥିଲା। ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୩୫ ରନରେ ୫ ଓ୍ଵିକେଟ୍ ହରାଇଥିଲା। ସୌମ୍ୟ ସରକାର, ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଓ ମୁସଫିକର ରହିମ ଖାତା ଖୋଲି ପାରି ନ ଥିଲେ। ମେହଦି ହାସନ ମିରାଜ ୫ ରନ କରିଥିବା ବେଳେ ଭଲ ଆରମ୍ଭ କରିଥିବା ତଞ୍ଜିଦ ହସନ ୨୫ ରନ କରି ଆଉଟ୍ ହୋଇଥିଲେ। ବାଂଲାଦେଶର ସ୍ଥିତି ଦେଖି ଲାଗୁଥିଲା ଦଳ ୧୦୦ ରନ ଭିତରେ ସୀମିତ ରହିବ।ଏକଦା ୩୫ ରନରେ ୫ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବାଂଲାଦେଶ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଦ୍ଵିତୀୟ ମ୍ୟାଚ୍‌ରେ ସମ୍ମାନଜନକ ସ୍କୋରରେ ପହଞ୍ଚି ଯାଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୪୯.୪ ଓଭରରେ ୨୨୮ ରନରେ ଅଲଆଉଟ୍ ହୋଇଛି। ତୋହିଦ ହୃଦୟ ପ୍ରଶଂସନୀୟ ୧୦୦ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ଜାକର ଅଲ୍ଲୀ ୬୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଦୁଇ ବ୍ୟାଟରଙ୍କ ଏହି ଲଢୁଆ ବ୍ୟାଟିଂ ବଳରେ ବାଂଲାଦେଶ ଏହି ସ୍କୋର କରି ପାରିଛି। ମ୍ୟାଚ୍ ଜିତିବା ପାଇଁ ଭାରତ ସମ୍ମୁଖରେ ୨୨୯ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ଭାରତ ପ କ୍ଷରୁ ମହମ୍ମଦ ଶାମି ସର୍ବାଧିକ ୫ ଓ୍ଵିକେଟ୍ ନେଇ ଫର୍ମକୁ ଫେରିଥିବାର ସୂଚନା ଦେଇଛନ୍ତି। ହର୍ଷିତ ରାଣାଙ୍କୁ ୩ଟି ଓ୍ଵିକେଟ୍ ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!