ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ୨ଟି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,  ୨୧।୦୨: ଭାଜପା ବିଧାୟିକା ରେଖା ଗୁପ୍ତା ଦିଲ୍ଲୀର ୯ମ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିବା ସହ ସଚିବାଳୟ ଯାଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ଦିଲ୍ଲୀରେ ରେଖା ସରକାର ଆରମ୍ଭ ହୋଇଛି। ୨୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ବ୍ୟବଧାନ ପରେ ଗତ ୫ ତାରିଖରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା।ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜ ପାଖରେ ଅର୍ଥ, ଯୋଜନା, ସାଧାରଣ ପ୍ରଶାସନ ବିଭାଗ (GAD), ମହିଳା ଏବଂ ଶିଶୁ ବିକାଶ (WCD), ସେବା, ରାଜସ୍ବ, ଜମି ଏବଂ କୋଠାବାଡ଼ି, ସୂଚନା ଏବଂ ଲୋକସମ୍ପର୍କ (I&PR), ସତର୍କତା, ପ୍ରଶାସନିକ ସଂସ୍କାର (AR) ମନ୍ତ୍ରଣାଳୟ ନିଜ ରଖିଥିବାବେଳେ ପରଭେଶ ବର୍ମାଙ୍କୁ ପିଡବ୍ଲୁଡି, ବିଭାଗ ମିଳିଛି। ସେହିପରି ପରଭେଶ ସାହିବ ସିଂହଙ୍କୁ ପବ୍ଲିକ ୱାର୍କସ ବିଭାଗ (ପିଡବ୍ଲୁଡି), ବିଧାନସଭା ବ୍ୟାପାର, ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ (ଆଇ ଆଣ୍ଡ ଏଫସି), ଜଳ ବିଭାଗ ଦିଆଯାଇଛି।ଆଶିଷ ସୁଦଙ୍କୁ ଗୃହ, ବିଦ୍ୟୁତ, ନଗର ଉନ୍ନୟନ (UD), ଶିକ୍ଷା, ଉଚ୍ଚଶିକ୍ଷା, ତାଲିମ ଏବଂ ବୈଷୟିକ ଶିକ୍ଷା, ସରଦାର ମନଜିନ୍ଦର ସିଂହ ସିରସାଙ୍କୁ ଖାଦ୍ୟ ଏବଂ ଯୋଗାଣ, ଜଙ୍ଗଲ ଏବଂ ପରିବେଶ, ଶିଳ୍ପ ବିଭାଗ ଦିଆଯାଇଛି।ରାମଲୀଳା ମଇଦାନରେ ଅନୁଷ୍ଠିତ ଭବ୍ୟ ଶପଥଗ୍ରହଣ ଉତ୍ସବରେ ରେଖାଙ୍କ ସହ ଅନ୍ୟ ୬ ଜଣ ମନ୍ତ୍ରୀ ଶପଥ ନେଇଥିଲେ। ସେମାନେ ହେଲେ ନିର୍ବାଚନରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ହରାଇଥିବା ପର୍‌ଭେଶ ବର୍ମା, ହିନ୍ଦୁତ୍ୱବାଦୀ ନେତା କପିଲ ଶର୍ମା, ଦଳର ଶିଖ୍‌ ଚେହେରା ମଞ୍ଜିନ୍ଦର ସିଂ ସିର୍ସା, ଆଶିଷ ସୁଦ୍‌ , ରବିନ୍ଦର ଇନ୍ଦ୍ରଜ ସିଂ ଏବଂ ପଙ୍କଜନ ସିଂ। ଉପରାଜ୍ୟପାଳ ଭି.କେ. ସାକ୍ସେନା ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀଗଣ, ଏନ୍‌ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ, ଭାଜପାର ବରିଷ୍ଠ ନେତୃବୃନ୍ଦଙ୍କ ସମେତ ଏନ୍‌ଡିଏ ନେତାମାନେ ଯୋଗଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!